Latest Odisha News

BREAKING NEWS

ଘଉଡ଼ାଇବା ବେଳେ ଯୁବକଙ୍କୁ କଚାଡ଼ି ମାରିଲା ହାତୀ

ବଣାଇ: ଘଉଡ଼ାଇବା ବେଳେ ଯୁବକଙ୍କୁ କଚାଡ଼ି ମାରିଲା ହାତୀ। ବିଳମ୍ବିତ ରାତିରେ ବନ ବିଭାଗ ସହ ହାତୀ ଘଉଡ଼ାଇବା ବେଳେ ଘଟିଛି ଏହି ଅଘଟଣ। ହାତୀ ଆକ୍ରମଣରେ ସୁନ୍ଦରଗଡ ଜିଲ୍ଲା ବଣାଇ ରେଞ୍ଜ ଅନ୍ତର୍ଗତ କୁଲୁକୁଟା ମୁଣ୍ଡାସାହିର ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକଜଣକ ହେଲେ କୁଲୁକୁତା ଗ୍ରାମର ଗୋବିନ୍ଦ ମୁଣ୍ଡା ।

ସୂଚନା ଅନୁସାରେ ଏକ ଗୋଠଛଡ଼ା ଦନ୍ତାହାତୀ କୁଲୁକୁତା ଗ୍ରାମରେ ଦୁଇ ଦିନ ଧରି ଉତ୍ପାତ ଚଳାଇଥିଲା। ଦନ୍ତା ହାତୀ ଉତ୍ପାତ ଯୋଗୁଁ କଲବଲ ହେଉଥିଲେ ଗ୍ରାମବାସୀ । ବନ କର୍ମଚାରୀଙ୍କ ସହ ମିଶି ଦନ୍ତା ହାତୀକୁ ଘଉଡ଼ାଉଥିଲେ ଯୁବକ। ମାତ୍ର ହଠାତ୍‌ ହାତୀଟି ଯୁବକଙ୍କୁ ଶୁଣ୍ଢରେ କଚାଡ଼ି ଦେଇଥିଲା।

ଫଳରେ ଘଟଣାସ୍ଥଳରେ ଯୁବକ ଗୁରୁତର ହୋଇ ପଡିଥିଲେ। ପରେ ସେ ଗୁରୁତର ହୋଇ ପଡ଼ିଥିବାରୁ ତାଙ୍କୁ ବନବିଭାଗ ସଙ୍ଗେ ସଙ୍ଗେ ବଣାଇ ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.