Latest Odisha News

BREAKING NEWS

ରାଜରାସ୍ତାରେ ଗଜରାଜ

ବାରିପଦା: ଜଙ୍ଗଲ ଛାଡ଼ି ଜନବସତି ମୁହାଁ ଗଜରାଜ । ରାଜରାସ୍ତାରେ ଦୀର୍ଘ ସମୟ ଧରି ଠିଆ ହୋଇ ରହିଲା ହାତୀ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଅନ୍ତର୍ଗତ ବୈଶିଙ୍ଗାରୁ ମାଣିତ୍ରୀକୁ ଯାଇଥିବା ରାସ୍ତାର ମୋହନପୁରରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା । ରାସ୍ତା ଉପରେ ଦନ୍ତା ହାତୀ ଠିଆହୋଇଥିଲା । ଫଳରେ ଏହି ରାସ୍ତାରେ କିଛି ସମ ପାଇଁ ଯାତାୟାତ ବନ୍ଦ ରହିଥିଲା । ହାତୀ ଦେଖିବାକୁ ରୁଣ୍ଡ ହୋଇଥିଲେ ଲୋକ ।

ଖାଦ୍ୟ ଅନ୍ୱେଷଣରେ ଝାଡଖଣ୍ଡରୁ ପାଖାପାଖି ୭୦ ଟିକିଆ ହାତୀ ପଲ ମୟୂରଭଞ୍ଜ ଜିଲ୍ଲା ଜଙ୍ଗଲରେ ପ୍ରବେଶ କରିଛନ୍ତି । ବିଶେଷ କରି ଉଦଳା, ଦେଉଳି, ରାସଗୋବିନ୍ଦପୁର, ବେତନଟୀ, ବାରିପଦା ରେଞ୍ଜ ଅଧୀନରେ ଥିବା ବିଭିନ୍ନ ଗାଁରେ ଉପଦ୍ରବ ଚଳାଇଛନ୍ତି । ଲୋକଙ୍କ ଘରଦ୍ୱାର ଭାଙ୍ଗିବା ସହ ନଷ୍ଟ କରୁଛନ୍ତି ଫସଲ । ସ୍ଥାନୀୟ ଲୋକ ହାତୀ ଭୟରେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ସେମାନଙ୍କୁ ତୁରନ୍ତ ଘଉଡ଼ାଇବା ପାଇଁ ବନ ବିଭାଗ ନିକଟରେ ଦାବି କରିଛନ୍ତି ଲୋକ ।

Leave A Reply

Your email address will not be published.