Latest Odisha News

BREAKING NEWS

ଅଭିନେତା ସୁନୀଲ ଶେଟ୍ଟୀଙ୍କ କୋଠାକୁ ସିଲ୍ କଲା ବିଏମ୍‌ସି

ମୁମ୍ବାଇ: ବଲିଉଡ୍‌ ଅଭନେତା ସୁନୀଲ୍‌ ଶେଟ୍ଟୀଙ୍କ ମୁମ୍ବାଇସ୍ଥିତ ବିଲ୍‌ଡିଂକୁ ସିଲ୍‌ କରିଛି ବିଏମ୍‌ସି। ଦକ୍ଷିଣ ମୁମ୍ବାଇର ଆଲ୍ଟାମାଉଣ୍ଟ ରୋଡରେ ଅବସ୍ଥିତ ‘ପ୍ରୀତି ଆପାର୍ଟମେଣ୍ଟ’ କୋଠାକୁ ସିଲ୍ କରଯାଇଛି।

ସୂଚନା ଅନୁଯାୟୀ ସମ୍ପୃକ୍ତ କୋଠାରୁ କରୋନା ପଜିଟିଭ୍‌ କେସ୍‌ ବାହାରିବା ପରେ ଏହି ବିଲ୍ଡଂକୁ ସିଲ୍‌ କରାଯାଇଛି।ବିଏମସିର ନିୟମ ଅନୁଯାୟୀ, ଯଦି କୌଣସି ବିଲ୍ଡିଂରେ ପାଞ୍ଚରୁ ଅଧିକ କରୋନା ପଜିଟିଭ୍ ମାମଲା ବାହାରିଥାଏ, ତେବେ ଏହାକୁ ସିଲ୍ କରାଯିବ।

ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀ ମଧ୍ୟ ବିଲ୍‌ଡିଂରେ ରୁହନ୍ତି। ବିଏମସି ଆସିଷ୍ଟାଣ୍ଟ କମିଶନର କହିଛନ୍ତି ଯେ ସୁନୀଲ ଶେଟ୍ଟୀଙ୍କ ପୁରା ପରିବାର ନିରାପଦରେ ଅଛନ୍ତି।

Leave A Reply

Your email address will not be published.