Latest Odisha News

ହାତୀ ଦାନ୍ତ ଜବତ, ଜଣେ ଅଟକ

ବରଗଡ଼: ହାତୀ ଦାନ୍ତ ଚୋରାଚାଲାଣ ସମୟରେ ଧରିଲା ଏସଟିଏଫ୍ ଟିମ୍। ଗୋଟିଏ ହାତୀ ଦାନ୍ତ ସହିତ ଚାଲାଣ କରୁଥିବା ଜଣେ ବ୍ୟକ୍ତିଙ୍କୁ ବନ ବିଭାଗ ଗିରଫ କରିଛି।

ସୂଚନା ଅନୁସାରେ, ପଦ୍ମପୁର ବନଖଣ୍ଡ କେନ୍ଦୁଭଟା ଛକ ନିକଟରେ ଜଣେ ବ୍ୟକ୍ତି ହାତୀ ଦାନ୍ତ ନେଇ ଆସୁଥିବା ଖବର ମିଳିଥିଲା। ପରେ ଏସଟିଏଫ୍ ଟିମ୍ ଓ ପଦ୍ମପୁର ବନ ବିଭାଗ ମିଳିତ ଚଢ଼ାଉ କରିଥିଲେ। ଚଢ଼ଉ ସମୟରେ ହାତୀ ଦାନ୍ତ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।

ପଦ୍ମପୁର ରେଞ୍ଜରଙ୍କ ସୂଚନା ଅନୁସାରେ, ଲକ୍ଷାଧିକ ଟଙ୍କା ମୂଲ୍ୟର ହାତୀ ଦାନ୍ତର ଓଜନ ୩କେଜି ୩୫୦ଗ୍ରାମ। ଚାଲାଣ କରୁଥିବା ବ୍ୟକ୍ତି ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଅଞ୍ଚଳର ରମେଶ ପ୍ରଧାନ। ଯେହେତୁ ବଲାଙ୍ଗୀର ଅଞ୍ଚଳରୁ ଚାଲାଣ ହେଉଥିବା ଅନୁମାନ କରାଯାଉଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି।

Comments are closed.