Latest Odisha News

BREAKING NEWS

ଗାଁରେ ବୁଲୁଛି ଦନ୍ତା, ଆତଙ୍କିତ ଲୋକେ

ବାରିପଦା : କଲେଜ ପରିସରରେ ଦନ୍ତା ହାତୀ ।  ବାରିପଦା ଏମପିସି ଅଟୋନମସ୍ କଲେଜ ପରିସରରେ ଦନ୍ତା ହାତୀ । ଆଜି ସକାଳୁ ଏହି ହାତୀ ବାରିପଦା-ଦେଉଳି ରାସ୍ତା ଆଡୁ ଆସି କଲେଜ ପରିସରରେ ପ୍ରବେଶ କରିଛି ।  ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବାରିପଦା-ତକତପୁର ରାସ୍ତାରେ ଚଳପ୍ରଚଳକୁ ବନ୍ଦ କରିଛି ପ୍ରଶାସନ । ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରୁଛନ୍ତି ବନ କର୍ମଚାରୀ ।

କିଛି ଦିନ ହେଲା ଦେଉଳି ରେଞ୍ଜ ଅଞ୍ଚଳରେ ଗୋଟିଏ ହାତୀ ପଲ ରହିଛନ୍ତି । ସେହି ପଲ ଭିତରୁ ଗୋଟିଏ ହାତୀ କଲେଜ ପରିସରକୁ ପଶି ଆସିଥିବା ଅନୁମାନ କରାଯାଉଛି ।

ଅନ୍ୟପଟେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଂଚଳରେ ହାତୀ ଉପଦ୍ରବ ।  ଦୀର୍ଘ ୧୫ ଦିନ ହେବ ଦୁଇଟି ଗୋଠଛଡ଼ା ଦନ୍ତା ହାତୀ ଆସି ଉପଦ୍ରବ ଚଳାଇଛନ୍ତି ।  ଧାନ ଫସଲ ନଷ୍ଟ କରିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି ।  ଅଂଚଳରେ ହାତୀ ବୁଲୁଥିବାରୁ ଲୋକେ ଆତଙ୍କିତ ହୋଇ ରହିଛନ୍ତି ।  ସେପଟେ ହାତୀଙ୍କୁ ଘଉଡ଼ାଇବାକୁ ପ୍ରୟାସ ଚଳାଇଛି ବନବିଭାଗ ।
Leave A Reply

Your email address will not be published.