Latest Odisha News

BREAKING NEWS

ପୁଣି ହାତୀ ଉପଦ୍ରବ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲାର କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ ମୁଖ୍ୟ ସମସ୍ୟା ଦେଖାଦେଇଛି। କିଛି ଦିନ ହେବ କେନ୍ଦୁଝର ଜିଲ୍ଲା ପାଖରୁ ଦୁଇଟି ହାତୀପଲ କରଞ୍ଜିଆ ବନବିଭାଗରେ ମୁଣ୍ଡ ବିନ୍ଧା କାରଣ ପାଳିଟିଛି । ପ୍ରତ୍ୟେକ ଦିନ ସଂନ୍ଧ୍ୟା ହେଲେ ଆଖପାଖ ଗାଁରେ ହାତୀ ପଲ ପଶି ଲୋକଙ୍କ ଘରଦ୍ୱାର ଭାଙ୍ଗୁଛନ୍ତି। ଗୋଟିଏ ହାତୀ ପଲ ଦୁଧିଆଣି ରେଞ୍ଜର ମତା ଜଙ୍ଗଲରେ ଏବେ ୧୮ ଟି ହାତୀ ଥିବା ବେଳେ ଠାକୁରମୁଣ୍ଡା ରେଞ୍ଜର ଖୋଜୁରିଆ ଜଙ୍ଗଲରେ ୯ ଟି ହାତୀ ଅଛିନ୍ତି ।

ଗତକାଲି ରାତିରେ କରଞ୍ଜିଆ ରେଞ୍ଜ ଅଧୀନରେ ଥିବା ମହୁଲିଆଶୁଲି ଗାଁର କିଛି ଲୋକଙ୍କ ଘର ଭାଙ୍ଗି ଥିଲା ବେଳେ ତୁଟିସାହି ଓ ପନିଷି ଗାଁରେ ଘର ଭାଙ୍ଗିବା ସହିତ ଧାନ ଏବଂ ଚାଉଳ ଖାଇ ଦେଇଛନ୍ତି। କରଞ୍ଜିଆ ରେଞ୍ଜରେ ୪ ଟି ଘର ଭାଙ୍ଗିବା ସହିତ ଫସଲ ନଷ୍ଟ ମଧ୍ୟ କରିଛନ୍ତି । ଅନ୍ୟପଟେ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଆଜି ଖଜୁରୀଆ ଜଙ୍ଗଲରେ ମଧ୍ୟ ୯ ଟି ଟିକିଆ ହାତୀ ପଲ ଥିବା ଜଣାପଡ଼ିଛି ।

ପିଡିଆବେଡା, ଆମ୍ବବେଡା, ଚତୁରିସାହି ଅଞ୍ଚଳରେ ଧନବିଲ ନଷ୍ଟ କରିବା ସହ ବାଡି ବଗିଚାରେ ମକା, ପଣସ ପନିପରିବା ନଷ୍ଟ କରୁଥିଲା ବେଳେ ଲୋକେ ରାତିରେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ।

Leave A Reply

Your email address will not be published.