Latest Odisha News

ଜୁଲାଇ ୧୯ ଯାଏ ଏହି ରାଜ୍ୟରେ ବଢିଲା ଲକ୍‌ଡାଉନ

ଚେନ୍ନାଇ: ତାମିଲନାଡୁରେ ଜୁଲାଇ ୧୯ ଯାଏ ବଢିଲା ଲକ୍‌ଡାଉନ। ଏ ନେଇ ତାମିଲନାଡୁ ସରକାର ଆଜି ଘୋଷଣା କରିଛନ୍ତି। ସରକାର ରାଜ୍ୟରେ କୋଭିଡ ଲକ୍‌ଡାଉନ୍‌କୁ ଜୁଲାଇ ୧୯ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ କିଛି କଟକଣାକୁ କୋହଳ କରାଯାଇଛି।

ରେସ୍ତୋରାଁ, ଚା ଦୋକାନ, ବେକେରୀ, ରାସ୍ତା କଡ଼ରେ ଥିବା ଉଠା ଦୋକାନ ଏବଂ ସ୍ନାକ୍ସ ଦୋକାନକୁ ରାତି ୯ ଟା ପର୍ଯ୍ୟନ୍ତ ୫୦ ପ୍ରତିଶତ କ୍ଷମତା ସହ ଖୋଲିବାକୁ ଅନୁମତି ଦେଇଛନ୍ତି।

Comments are closed.