Latest Odisha News

BREAKING NEWS

ଗାଁରେ ମାତିଛି ହାତୀ, ଆତଙ୍କିତ ଲୋକେ

ବଲାଙ୍ଗୀର: ବିଭିନ୍ନ ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଛି । ଗାଁରେ ହାତୀ ପଶି ଘରଦ୍ୱାର ଭାଙ୍ଗୁଥିବା ବେଳେ ଏକର ଏକର ଫସଲ ନଷ୍ଟ କରିଚାଲିଛନ୍ତି । ବଲାଙ୍ଗୀର ସାଲେଭଟା ନୁନିଅପାଲି ଗାଁରେ ହାତୀ  ଆତଙ୍କ । ଚାଷୀଙ୍କ କ୍ଷେତରେ ବୁଲୁଛନ୍ତି ଦନ୍ତା ହାତୀ । ମଙ୍ଗଳବାର ଭୋରରୁ ସ୍ଥାନୀୟ କିଛି ଗ୍ରାମବାସୀ ହାତୀଙ୍କୁ ଦେଖିଥିଲେ । ୨ଟି ହାତୀ ରହିଥିବା ବେଳେ ଭରସୁଜା ଜଙ୍ଗଲ ଦେଇ ସାଲେଭଟାକୁ ଆସିଥିବା ବନ ବିଭାଗ ସୂଚନା ଦେଇଛନ୍ତି ।

ତେବେ ଏ ନେଇ ବନ ବିଭାଗକୁ ଖବର ଦିଆଯିବା ପରେ ଘଟଣାସ୍ଥଳରେ ଫରେଷ୍ଟ ଗାର୍ଡ ସହ ଏଲିଫ୍ୟାଣ୍ଟ ସ୍କ୍ବାଡ୍ ହାତୀଙ୍କୁ ଜଗି ରହିବା ସହ ତାଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ।  ତେବେ ପାଖରେ ଥିବା ପାଣ୍ଡେସରା ଗାଁରେ ହାତୀ ବର୍ତ୍ତମାନ ରହିଥିବା ବେଳେ ଜନବସତିଠୁ ଦୂରରେ ଜଙ୍ଗଲରେ ଥିବାରୁ ଭୟଭୀତ ନ ହେବା ପାଇଁ ସୂଚନା ଦେଇଛି ବନ ବିଭାଗ ।

Leave A Reply

Your email address will not be published.