Latest Odisha News

BREAKING NEWS

ଗାଁରେ ଦନ୍ତା ଆତଙ୍କ

ଭଦ୍ରକ : ଗାଁରେ ଦନ୍ତା ଆତଙ୍କ । ଭଦ୍ରକ ଜିଲ୍ଲାର ବିଭିନ୍ନ ଗାଁ ଗୁଡିକରେ ହାତୀ ପଶି ଆତଙ୍କ ଖେଳାଇଛି । ଆଉ ହାତୀ ଭୟରେ ଲୋକେ ତାଟି କବାଟ ପକାଇ ରହିଛନ୍ତି । ଦିନ ଦିପହରରେ ବି ହାତୀ ଆତଙ୍କ ଖେଳାଇଛିି । ଆଖପାଖ ଗାଁ ବନ୍ତରୁ ନେଇ ଆଗରପଡ଼ାରେ ହାତୀ କିଛି ଦିନ ହେଲା ଗାଁ ଛାଡି ଯିବାର ନାଁ ଧରୁନି । ହାତୀ ଦିନରେ ଗାଁ ଦାଣ୍ଡରେ ଚଳପ୍ରଚଳ କରୁଥିବାରୁ ଲୋକେ ଘରୁ ବି ବାହାରୁନାହାନ୍ତି ।

ଦନ୍ତା ଗାଁରେ ପଶି ଆତଙ୍କ ଖେଳାଇବା ସହିତ ଗଛ ସବୁ ନଷ୍ଟ କରିପକାଇଛି । ସେପଟେ ବନ ବିଭାଗ ସହ ପୁଲିସ କର୍ମଚାରୀ ମଧ୍ୟ ଗାଁକୁ ଘେରି ରହିଥିଲେ । ହାତୀକୁ ଘଉଡାଇଲେ ମଧ୍ୟ କୌଣସି ହାଲରେ ଯିବାକୁ ନାରାଜ ଦନ୍ତା । ଶେଷରେ ଗାଁରରେ ବମ୍ ଫୁଟାଇ ହାତୀକୁ ଘଉଡାଇବାକୁ ଉଦ୍ୟମ କରିଥିଲେ ଲୋକେ ।

Leave A Reply

Your email address will not be published.