Latest Odisha News

BREAKING NEWS

ତିଆରି ଚାଲିଛି ତିନି ଦିଅଁଙ୍କ ପାଟ ବସ୍ତ୍ର

ରାଉତପଡ଼ା : କରୋନା କଟକଣା ଭିତରେ ବି ଚାଲିଛି ରଥଯାତ୍ରା ପ୍ରସ୍ତୁତି । ଗୋଟିଏ ପଟେ ରଥ ନିର୍ମାଣ ଚାଲିଥିବା ବେଳେ ଅନ୍ୟ ପଟେ ଚାଲିଛି ତିନି ଦିଅଁଙ୍କର ପାଟ ବସ୍ତ୍ର ତିଆରି । ଆଉ ଖାସ୍ କରି ଏହି ପାଟ ବସ୍ତ୍ର ତିଆରି କରୁଛନ୍ତୀ ଖୋର୍ଦ୍ଧା ରାଉତପଡ଼ା ଗାଁର ବୁଣାକାର ମାନେ । ଛୋଟର ବଡ଼ ସଭିଏଁ ଲାଗିପଡିଛନ୍ତି ଏହି କାମରେ । ଭଳିକିଭଳି ରଙ୍ଗ ସୂତାରୁ ନେଇ ନିର୍ଦ୍ଦିଷ୍ଟ ମାପ ଦେଇ ଚାଲିଛି ବସ୍ତ୍ର । ଦିନ କି ରାତି ଫରକ ପଡ଼ୁନି । ମହାପ୍ରଭୁଙ୍କ ପାଇଁ ସେବାରେ ଯେମିତି କିଛି ସମୟ ସମର୍ପି ଦେଇଛନ୍ତି ବୁଣାକାର. . .ଖାସ୍ କରି ରଥଯାତ୍ରା ପାଇଁ ତିଆରି ହେଉଛି ଦିଅଁଙ୍କ ପାଟ ବସ୍ତ୍ର । ଚଳିତ ବର୍ଷ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ମା ସୁଭଦ୍ରାଙ୍କ ପାଇଁ ପାଟବସ୍ତ୍ର ପ୍ରସ୍ତୁତି ଚାଲିଛି। ଗତବର୍ଷ କରୋନା ମହାମାରୀ  ଯୋଗୁ ଠାକୁରଙ୍କ ଵସ୍ତ୍ର ତିଆରି ରେ ବ୍ୟାପକ ଅସୁବିଧା ହୋଇଥିଲା । କିନ୍ତୁ  ବୁଣାକାର ମାନେ ବାଙ୍ଗାଲୋର, ମାଲଡା, କଲିକତାରୁ ରଙ୍ଗ, ସୂତା, ଆଣି ଠାକୁରଙ୍କ ବସ୍ତ୍ର ତିଆରିରେ ଲାଗିପଡିଛନ୍ତି।
ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର , ମା ସୁଭଦ୍ରା ଙ୍କ ଲାଗି ରଥଯାତ୍ରାରେ ଯେଉଁ ସବୁ ବସ୍ତ୍ର ଲାଗିଥାଏ । ସେଗୁଡିକ ନିର୍ଦ୍ଧିଷ୍ଟ ମାପର ଏବଂ ଭିନ୍ନ ଭିନ୍ନ ରଙ୍ଗର । ତାର ନାମ ମଧ୍ୟ ଅଲଗା ଅଲଗା ରହିଛି। ଯେମିତି ପତନୀ, ବୋଇରାଣୀ, ମଲ ମଲ, ଗଦିଫେଟା, ବାରହାତି ଗଢା, ଷୋଳ ହାତୀ ଗଢ଼ା, ନେତଫୁଟା, ଶ୍ରୀମୁଖ ଓତା, ଟଣା ଖସା, ଚନ୍ଦନ ଗୁଡା, ନାଲି ଚେମେଲି, ହଳଦିଆ ଚେମେଲୁ, ସବୁଜ ଚେମେଲି, ଅଧର ଗାମୁଛା ଇତ୍ୟାଦି । ଦେବସ୍ନାନ ପୂର୍ଣ୍ଣିମା ଠାରୁ, ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଯେଉଁ ସବୁ ପାରମ୍ପରିକ ବସ୍ତ୍ର ଲାଗିଥାଏ । ତାହାଏହି ରାଉତପଡା ଗାଁ ର ବୁଣାକାର ମାନେ ପ୍ରସ୍ତୁତ କରିଥାନ୍ତି।

ବସ୍ତ୍ର ତିଆରି ସମୟରେ ସୁଧ ଚିତ୍ତ ଭାବରେ ମନ ଦେଇଥାନ୍ତି । ଏପରିକି ପାଟିରେ ମଧ୍ୟ ହାତ ମାରନ୍ତିନି । କାରୋନା କଟକଣା କିନ୍ତୁ ମହାପ୍ରଭୁଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିନି । ରଥଯାତ୍ରା ଲାଗି ବସ୍ତ୍ର ସବୁ ପ୍ରସ୍ତୁତ ହୋଇ କେବଳ ମନ୍ଦିର ପ୍ରଶାସନର ଅନୁମତି ଅପେକ୍ଷାରେ ରହିଛି।

Leave A Reply

Your email address will not be published.