Latest Odisha News

BREAKING NEWS

ଘର ଭାଙ୍ଗି ଶିଶୁ କନ୍ୟାକୁ ଦଳିଦେଲା ହାତୀ

ସୋର : ଥମୁନି ହାତୀଙ୍କ ଉତ୍ପାତ । ବାଲେଶ୍ୱରରେ ହାତୀ ଆତଙ୍କ । ଶୋଇଥିବା ଅବସ୍ଥାରେ ଶିଶୁ କନ୍ୟାର ମୁଣ୍ଡକୁ ଦଳିଦେଲା ହାତୀ । ଏଭଳି ଘଟଣା ସୋର ଥାନା ଅନ୍ତର୍ଗତ ସିଙ୍ଗାଖୁଣ୍ଟା ପଞ୍ଚାୟତ ସରଳିଆ ଚିତ୍ରାଶୁଳ ଗାଁରେ ଘଟିଛି ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୧୦ ଟିକିଆ ହାତୀପଲ ଗାଁ ଭିତରକୁ ପଶି ଆସିଥିଲେ । ନିଶିକାନ୍ତ ଦେହୁରୀ ନିଜ ପରିବାର ସହିତ ଘରେ ଶୋଇଥିଲେ। ସେହି ସମୟରେ ୫ରୁ ୬ ଟି ହାତୀ ତାଙ୍କ ବାଡ଼ି ଭିତରକୁ ପଶି ଆସିଥିଲେ । ହାତୀର ଶବ୍ଦ ଶୁଣି ପରିବାର ଲୋକେ ଉଠି ହାତୀକୁ ଘଉଡାଇବା ବେଳେ ଗୋଟିଏ ହାତୀ ନିଶିକାନ୍ତଙ୍କ ଘର ଭାଙ୍ଗିବା ସହ ତାଙ୍କ ନଅ ବର୍ଷର ଶିଶୁ କନ୍ୟା ପରି ଦେହୁରୀଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ଫଳରେ ଶିଶୁ କନ୍ୟାର ମୃତ୍ୟୁ ହୋଇଛି ।

ଘଟଣାସ୍ଥଳରେ ଗ୍ରାମବାସୀ ମାନେ ପହଂଚି ହାତୀକୁ ଘଉଡାଇବା ସହିତ ଶିଶୁ କନ୍ୟାକୁ ଉଦ୍ଧାର କରି ସୋର ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଶିଶୁ କନ୍ୟାକୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି।

Leave A Reply

Your email address will not be published.