Latest Odisha News

୫ ବର୍ଷ ହେଲା ଘର ଠାରୁ ଅଲଗା ରହୁଛନ୍ତି; ଗାଁ ଲୋକଙ୍କ ନିର୍ଦ୍ଦେଶ, ୧୦ ଲକ୍ଷ ଦେଲେ ଆମ ସହ ମିଶିବ

ନୟାଗଡ଼: ଗତ ୫ ବର୍ଷ ହେଲା ଗାଁରୁ ତଡ଼ି ଦେଇଛନ୍ତି ପଡ଼ିଶା ଲୋକେ। କଙ୍ଗାରୁ କୋର୍ଟର ଶିକାର ହୋଇ ସଜା କାଟୁଛନ୍ତି ନୟାଗଡ଼ ଓଡ଼ଗାଁ ଥାନା ଶରଧାପୁର ପଞ୍ଚାୟତ ରଗଡିମଡ଼ା ଗ୍ରାମର ସତ୍ୟନାରାୟଣ ପାତ୍ର। ଗାଁରେ ମିଶିବାକୁ ହେଲେ ଦେବାକୁ ପଡ଼ିବ ୧୦ ଲକ୍ଷ ଟଙ୍କା। ଏତେଗୁଡ଼ିଏ ଟଙ୍କା ନ ଦେଇପାରି ୫ ବର୍ଷ ହେଲା ଗାଁ ଛାଡ଼ି ଦେଇଛନ୍ତିତ ସତ୍ୟନାରାୟଣ। ଏବେ ସେ ପାଖ ଗାଁ ଓଡ଼ଗାଁରେ ଆଶ୍ରୟ ନେଉଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ୫ ବର୍ଷ ତଳେ ସତ୍ୟନାରାୟଣଙ୍କ ଘର ସାମ୍ନାରେ ଏକ ଅଙ୍ଗନବାଡ଼ି ଗୃହ, ଦୁଇଟି ନଳକୂପ ଓ ଏକ କୋଠଘର ନିର୍ମାଣ କରି ପାଚେରି କରିଦିଆଯିବାରୁ ସେ ଏହାକୁ ବିରୋଧ କରିଥିଲେ। ଘର ସାମ୍ନାରେ ଏସବୁ କଲେ ସେ ଯିବାଆସିବା କରିପାରିବେ ନାହିଁ ବୋଲି କହିଥିଲେ। ଏଥିରେ ଗାଁ ଲୋକଙ୍କ ସହ ତାଙ୍କର ବଚସା ହୋଇଥିଲା। ଏହି ଘଟଣାରେ ଗାଁ ଲୋକେ ତାଙ୍କୁ ୧୦  ଲକ୍ଷ ଟଙ୍କା ଫାଇନ୍ କରିଛନ୍ତି। ତା ସହିତ ତାଙ୍କ ପାଇଁ ନିଆଁପାଣି ବାସନ୍ଦ ସହ ଦୋକାନ ବଜାର ସବୁ ମନା ହୋଇଛି।

ସତ୍ୟନାରାଣଙ୍କ କହିବା କଥା ହେଲା ଏନେଇ ସେ ବାରମ୍ବାର ଥାନାରେ ଜଣାଇଥିଲେ। ହେଲେ କୌଣସି ଫଳ ମିଳି ନାହିଁ। ପୁଲିସ ଗାଁ ଲୋକଙ୍କ ବିରୋଧରେ ଯାଇ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଉଛି। କିଛି ଫଳ ନ ମିଳିବାରୁ ସତ୍ୟାନାରାୟଣ ଏବେ ଗାଁ ଛାଡ଼ି ଅଲଗା ରହୁଛନ୍ତି। ଘଟଣାର ତଦନ୍ତ କରି ନ୍ୟାୟ ଦେବାକୁ ସେ ପ୍ରଶାସନକୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.