ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ନିଗମ ଏବଂ ବୋର୍ଡର ଉପଦେଷ୍ଟା ଏବଂ ସଦସ୍ୟଙ୍କ ସମେତ ବିଭିନ୍ନ ପଦପଦବୀ ପାଇଁ ନାମ ଘୋଷଣା ହୋଇଛି। ଏଥିରେ ଗଞ୍ଜାମ ଜିଲାର ଅନେକ ବିଜେଡ଼ି ନେତାଙ୍କୁ ଥଇଥାନ କରାଯାଇଛି। ଗଞ୍ଜାମ ଜିଲା ବିଜେଡ଼ି ସଭାପତି ତଥା ପୂର୍ବତନ ବ୍ରହ୍ମପୁର ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ନାମ ଅନେକ ଥର ରାଜ୍ୟସଭା ପାଇଁ ଉଠିଥିଲା। ଏପରିକି ମୁଖ୍ୟମନ୍ତ୍ରୀ ତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ପ୍ରତିଶ୍ରୁତି ଦେଇଥିବା ଚ୍ୟାଉପଟ୍ଟନାୟକ କହୁଥିଲେ । ହେଲେ ତାଙ୍କୁ କ୍ୟାବିନେଟ ପାହ୍ୟାରେ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ଗଞ୍ଜାମ ଜିଲା ଯୋଜନା କମିଟିର ଦୁଇଟି ବିଶେଷଜ୍ଞ ସଦସ୍ୟ ଭାବେ ବିଜେଡ଼ି ମୁଖପାତ୍ର ତୁମ୍ବନାଥ ପଣ୍ଡା ଏବଂ ରଘୁନାଥ ନାଇଡ଼ୁଙ୍କୁ ଅବସ୍ଥାପିତ କରାଯାଇଛି। ପୂର୍ବରୁ ଜିଲା ଯୋଜନା କମିଟିର ଅଧ୍ୟକ୍ଷ, ସଦସ୍ୟଙ୍କ ନାମ ଘୋଷଣା ହୋଇଥିବା ବେଳେ ଦୁଇଟି ବିଶେଷଜ୍ଞ ସଦସ୍ୟ ପଦବୀ ଖାଲି ପଡ଼ିଥିଲା। ସେହିଭଳି କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ଭାବେ ଡ.ରାମଚନ୍ଦ୍ର ପଣ୍ଡାଙ୍କୁ ନିଯୁକ୍ତି ମିଳିଛି। ବରିଷ୍ଠ ବିଜେଡ଼ି ନେତା ସୁବାସ ମହାରଣାଙ୍କୁ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଲିମିଟେଡର ଲିମିଟେଡର ଅଧ୍ୟକ୍ଷ ଦାୟିତ୍ବ ମିଳିଛି। ଗଞ୍ଜାମ ଆଞ୍ଚଳିକ ଉନ୍ନତି ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ପବିତ୍ର ପାଣିଗ୍ରାହୀଙ୍କ ନାମ ଘୋଷଣା ହୋଇଛି। ପବିତ୍ର ପୂର୍ବରୁ ହିଂଜିଳିକାଟୁ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଥିବା ବେଳେ ବର୍ତ୍ତମାନ ଜିଲା ବିଜେଡ଼ି ସାଧାରଣ ସଂପାଦକ ଅଛନ୍ତି। ଜିଲା ବିଜେଡ଼ି ଉପସଭାପତି ଡି.ବିଶ୍ବନାଥଙ୍କୁ ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଉନ୍ନୟନ ନିଗମର ଅଧ୍ୟକ୍ଷ ଏବଂ ହିଂଜିଳି ବ୍ଲକ ବିଜେଡ଼ି ସଭାପତି ସୁରେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦର ଉପଦେଷ୍ଟା ଭାବେ ନିଯୁକ୍ତି ଦିଆଯାଇଛି।
BREAKING NEWS
- ବିବାହ ବନ୍ଧନରେ ଆବଦ୍ଧ ହେଲେ ଜମ୍ମୁ-କାଶ୍ମୀର ସିଏମ୍ ଓମାର ଅବଦୁଲ୍ଲା
- ନଭେମ୍ବର ୩୦ ଯାଏଁ ବଢିଲା ‘ଏକାମ୍ର ରେସିଡେନ୍ସି’ ଆବେଦନ
- କେଜି ଛାତ୍ରୀଙ୍କୁ ତୃତୀୟ ଶ୍ରେଣୀ ଛାତ୍ରର ଆକ୍ରମଣ, ଗୁରୁତର ଛାତ୍ରୀ ମେଡିକାଲରେ ଭର୍ତ୍ତି
- ନିଖୋଜ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ…
- ରାଜ୍ୟର ୧୬ ଜିଲ୍ଲାରେ ବର୍ଷା ସମ୍ଭାବନା
- ଗଂଜାମରେ ‘ଅର୍ଣ୍ଣବ’ କ୍ଷୟକ୍ଷତି, ଗ୍ରାଉଣ୍ଡ ଜିରୋରେ ବିଜେଡି ପ୍ରତିନିଧି ଦଳ
- Flood fury in Ganjam: ଗଞ୍ଜାମ ବନ୍ୟା ବିପନ୍ନଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇଲେ କଟକ ଜିଲ୍ଲା ପ୍ରଶାସନ;୨ଟି କଣ୍ଟେନର ଗାଡ଼ିରେ ପଠାଇଲେ…
- ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ୍ ଆବେଦନ ଖାରଜ
- ବିଡାନାସୀ IICଙ୍କ ବଦଳି ଦାବି, ସିପିଙ୍କୁ ଭେଟି ଦାବିପତ୍ର ଦେଲା ଓଡିଶା ଜନତା କଂଗ୍ରେସ
- ଆସୁଛି ଆଉ ଏକ ବାତ୍ୟା; ଆଗାମୀ ୬ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ସମ୍ଭାବନା
Comments are closed.