Latest Odisha News

ଯାଜପୁରରୁ ହାତୀ ଦାନ୍ତ ଜବତ, ତିନି ଗିରଫ

ଯାଜପୁର: ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ୍‌) ଆଜି କବାଟବନ୍ଧ ଛକନିକଟ ବ୍ରାହ୍ମଣୀ ବ୍ରିଜ ନିକଟରେ ଚଢଉ କରି ତିନିଟି ହାତୀ ଦାନ୍ତ ଜବତ କରିଛି । ଏଥି ସହ ତିନି ଜଣଙ୍କୁ ଗିରଫ କରିଛି । ଏମାନେ ହେଲେ କେନ୍ଦୁଝର ଭଗବାନପୁରର ପୀତବାସ ବାରିକ, ବଡ଼ବିଲର ଆନନ୍ଦ ମହାକୁଡ଼ ଓ ଯାଜପୁର କଣ୍ଟାବନ୍ଧର ଅମ୍ବୁଜ ପ୍ରଧାନ ।

ଏମାନଙ୍କଠାରୁ ହାତୀ ଦାନ୍ତ ସହ ଏସଟିଏଫ୍ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ହାତୀଦାନ୍ତ ରଖିଥିବା ନେଇ କୌଣସି ସଠିକ କାଗଜପତ୍ର ଦେଖାଇ ନ ପାରିବାରୁ ଏମାନଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି । ଏ ନେଇ ଅଧିକ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.