Latest Odisha News

BREAKING NEWS

ହାତୀ ଦାନ୍ତ ବିକ୍ରି ବେଳେ ମାଡ଼ି ବସିଲା ସ୍ପେଶାଲ୍ ସ୍କ୍ୱାଡ୍

ଦେବଗଡ଼: ହାତୀ ଦାନ୍ତ ବିକ୍ରି ଉଦ୍ୟମ ବେଳେ ଚଢ଼ାଉ କଲା ସ୍ପେଶାଲ ସ୍କ୍ୱାଡ୍ । ଦେବଗଡ଼ ଜିଲ୍ଲାରୁ ଜଣେ ହାତୀ ଦାନ୍ତ ବେପାରୀ ଗିରଫ ହୋଇଛି । ତା ନାଁ ସୁନୀଲ ପୋଢ଼ । ତା ନିକଟରୁ ୨ଟି ହାତୀଦାନ୍ତ ଜବତ ହୋଇଛି । ପ୍ରଭାଷୁଣି ଗାଁ ନିକଟରେ ସୁନୀଲକୁ ଗିରଫ କଲା ପୋଲିସର ସ୍ପେଶାଲ ସ୍କ୍ୱାଡ୍ ।

ଦୁଇଟି ହାତୀଦାନ୍ତକୁ ୧୫ ଲକ୍ଷରେ ବିକ୍ରି କରିଥାନ୍ତା ସୁନୀଲ । ଏଥିପାଇଁ ମୂଲଚାଲ ହୋଇଥିଲା । ଚୋରା ହାତୀ ଦାନ୍ତ କାରବାର ନେଇ କୌଣସି ସୂତ୍ରରୁ ପୋଲିସ ପାଖରେ ଖବର ପହଞ୍ଚିଥିଲା ।

ସୂଚନା ଅନୁସାରେ ପ୍ରଭାଷୁଣି ଗାଁରେ ନିକଟରେ ଅଚାନକ ରେଡ୍ କରିଥିଲା ପୋଲିସ । ଅଧିକ ତଦନ୍ତ ଜାରି ରହିଛି । ଆଉ କେଉଁମାନେ ସଂପୃକ୍ତ ଖୋଳତାଡ କରୁଛି ପୋଲିସ ।

Leave A Reply

Your email address will not be published.