Latest Odisha News

ଗୋଟିଏ ବାଘ ଛାଲ ଓ ୨ଟି ହାତୀଦାନ୍ତ ଜବତ, ୩ ଜଣ ଗିରଫ

କେନ୍ଦୁଝର: ବାଘ ଛାଲ ଓ ହାତୀ ଦାନ୍ତ ବିକ୍ରି ପାଇଁ ଡିଲ୍ ଚାଲିଥିଲା । ଖବର ପାଇଁ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ । ଗୋଟିଏ ବାଘ ଛାଲ ଓ ଦୁଇଟି ହାତୀ ଦାନ୍ତ ଜବତ କରାଯାଇଛି । ଏହି ଘଟଣାରେ ୩ ଜଣଙ୍କୁ ବାନ୍ଧିଛି ଏସଟିଏଫ୍ । କେନ୍ଦୁଝର ଆରଟିଓ ଅଫିସ ପାଖରେ ଚଢ଼ାଉ କରିଥିଲା ଏସଟିଏଫ୍ ।

ଘଟଣାସ୍ଥଳରୁ ଗୋଟିଏ କଲରାପତରିଆ ବାଘର ଚମଡ଼ା ଓ ହାତୀ ଦାନ୍ତ ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ମୟୂରଭଞ୍ଜ ଜିଲ୍ଲାର ଶେଖ ଅସମତ ଅଲ୍ଲୀ, ଚନ୍ଦ୍ରକାନ୍ତ ଧଳ ଏବଂ କେନ୍ଦୁଝର ଜିଲ୍ଲାର ମଳୟ କୁମାର ରାଉତ ।  ସେମାନଙ୍କୁ ଅଧିକ ପଚରାଉଚରା କରୁଛି ଏସଟିଏଫ୍ । ରାକେଟର ଖିଅ ଖୋଜା ଆରମ୍ଭ ହୋଇଛି ।

Leave A Reply

Your email address will not be published.