Latest Odisha News

BREAKING NEWS

ଆଜି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଆସିବେ ମୁଖ୍ୟମନ୍ତ୍ରୀ, ୪ଟି କୋଠାକୁ ଲୋକାର୍ପଣ କରିବେ

ଭୁବନେଶ୍ୱର: ଆଜି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସନ୍ଧ୍ୟା ୫ଟା ୧୫ରେ କ୍ୟାମ୍ପସ୍‌ରେ ୪ଟି କୋଠାକୁ ସେ ଲୋକାର୍ପଣ କରିବେ । କରୋନା କଟକଣା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ କ୍ୟାମ୍ପସରେ ବ୍ୟାପକ ସାଜସଜ୍ଜା କରାଯାଇଛି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ସ୍ଥାନୀୟ ବିଧାୟକ ଅନନ୍ତ ନାରାୟଣ ଜେନା ଅତିଥି ଭାବେ ଯୋଗ ଦେବେ ।

ବିଶ୍ୱବିଦ୍ୟାଳୟରେ ପ୍ରାୟ ୧୫ ମିନିଟ ରହିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ପୁରାତନ ଅଧ୍ୟକ୍ଷ ଓ ଛାତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇଛି । କୁନ୍ତଳା କୁମାରୀ ସାବତଙ୍କ ନାମରେ ନାମିତ ପାଠାଗାର ସହ କଳା ଓ ବିଜ୍ଞାନ ବ୍ଲକ୍‍, ଗବେଷଣାରତ ଛାତ୍ରୀଙ୍କ ପାଇଁ ହଷ୍ଟେଲ ଲୋକାପର୍ଣ କରାଯିବ ।

ତିନିଟି ଅଟ୍ଟାଳିକା ରୁସା ପାଣ୍ଠିରେ ନିର୍ମାଣ ହୋଇଥିବା ବେଳେ ଗୋଟିଏ ଅଟ୍ଟାଳିକା ରାଜ୍ୟ ଅନୁଦାନରେ ନିର୍ମାଣ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଗତକାଲି ରାତିରେ ସୁନ୍ଦର ଆଲୋକମାଳାରେ ଝଲସିଥିଲା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ।

Leave A Reply

Your email address will not be published.