Latest Odisha News

BREAKING NEWS

ଚୌଦ୍ୱାରରେ ବସ୍ ଓଲଟି ଜଣେ ଯାତ୍ରୀଙ୍କ ମୃତ୍ୟୁ

କଟକ: କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ୱାର ନିକଟବର୍ତ୍ତୀ କଜଳକଣା ରାସ୍ତାରେ ଏକ ଘରୋଇ ବସ୍ ଓଲଟି ପଡ଼ିବା ଫଳରେ ଜଣେ ଯାତ୍ରୀଙ୍କ ପ୍ରାଣହାନୀ ଘଟିଥିବା ବେଳେ ଅନ୍ୟ ଯାତ୍ରୀମାନଙ୍କୁ ଉଦ୍ଧାର ଜାରି ରହିଛି ।

ପ୍ରାପ୍ତ ସୂଚନାନୁଯାୟୀ, ଏକ ଘରୋଇ ବସ ଅନୁଗୁଳରୁ ୫୦ରୁ ୬୦ ଯାତ୍ରୀଙ୍କୁ ନେଇ କଟକ ଅଭିମୁଖେ ଯାଉଥିଲା । ମାତ୍ର କଜଳକଣା ରାସ୍ତାରେ ଯାଉଥିବା ବେଳେ ବସ ଡ୍ରାଇଭର ଜଣକ ଗାଡ଼ିର ନିୟନ୍ତ୍ରଣ ହରାଇଥିଲେ, ଫଳରେ ବସଟି ରାସ୍ତାରୁ ଏକ ବାଲିକୁଦ ଉପରକୁ ଓଲଟି ପଡ଼ିଥିଲା ।

ଏସମ୍ପର୍କରେ ଖବର ପାଇବା ମାତ୍ରେ ଚୌଦ୍ୱାର ଥାନା ପୋଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରିଛନ୍ତି ।

ମିଳିଥିବା ସଦ୍ୟ ସୂଚନା ଅନୁସାରେ, ଏହି ଦୁର୍ଘଟଣାସ୍ଥଳରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଓ ଅଗ୍ନିଶମ କର୍ମଚାରୀମାନେ ବସ ମଧ୍ୟରୁ ପ୍ରାୟ ୩୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ହୋଇଥିବା ଏହି ଯାତ୍ରୀମାନଙ୍କ ମଧ୍ୟରୁ ଗୁରୁତର ଅବସ୍ଥାରେ ୨ ଜଣ ଯାତ୍ରୀଙ୍କୁ ଚିକିତ୍ସା ନିମନ୍ତେ କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତିକରାଯାଇଛି ।

ଆହତ ଯାତ୍ରୀମାନଙ୍କ ଉଦ୍ଧାର କାର୍ଯ୍ୟଲାଗି ୩ଟି ଆମ୍ବୁଲାନ୍ସ ଚୌଦ୍ୱାର ହସ୍ପିଟାଲ ନେବା ଲାଗି ନିୟୋଜିତ ହୋଇଛନ୍ତି ବୋଲି ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ।

Leave A Reply

Your email address will not be published.