Latest Odisha News

BREAKING NEWS

୫୩ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଆଜି ଯିବ ‘କାଳିଆ’ ସହାୟତା ରାଶି

ଭୁବନେଶ୍ୱର:ଆଜି ଚାଷୀଙ୍କ ଆକାଉଣ୍ଟରେ ମିଳିବ କାଳିଆ ଯୋଜନାର କିସ୍ତି । ଓଡ଼ିଶାର ୫୩ ଲକ୍ଷ ଚାଷୀଙ୍କୁ ୧୨ ଶହ କୋଟି ଟଙ୍କା ଡିବିଟି ଜରିଆରେ ବାଣ୍ଟିବେ ସରକାର । ଏହି ଅର୍ଥ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦-୨୧ ବର୍ଷ ପାଇଁ କାଳିଆ ସହାୟତା ରାଶି ପ୍ରଦାନ କାର୍ୟ୍ୟକ୍ରମର ଶୁଭାରମ୍ଭ କରିବେ ।

ରାଜ୍ୟରେ ୫୩ ଲକ୍ଷରୁ ଉର୍ଦ୍ଧ୍ଵ କ୍ଷୁଦ୍ର, ନାମମାତ୍ର ଏବଂ ଭୂମିହୀନ ଚାଷୀ ପରିବାରଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଏହି ସହାୟତା ରାଶି ପ୍ରଦାନ କରାଯିବ । ୨୦୧୯ ଜୁନ୍ ପରଠାରୁ ଚାଷୀଙ୍କୁ ମିଳି ନଥିଲା ‘କାଳିଆ’ ସହାୟତା ରାଶି । ଏହାକୁ ନେଇ ସରକାରଙ୍କ ସମାଲୋଚନା କରୁଥିଲେ ବିରୋଧୀ ।

Leave A Reply

Your email address will not be published.