Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଖରାଦିନରେ ବଢୁଛି ହଳଦିଆ ତରଭୁଜ ଡିମାଣ୍ଡ

ମୟୁରଭଞ୍ଜ : ଖରାଦିନ ଆସିଲେ ବିଭିନ୍ନ ମୃଦୁ ପାନୀୟ ସହିତ ତରଭୂଜ ଆଦି ଖୋଜାପଡେ। ହେଲେ ଆମେ ମାନେ ସାଧାରଣତଃ ମାର୍କେଟରେ ଲାଲ ରଙ୍ଗର ତରଭୂଜ ଦେଖିଥାଉ। ହେଲେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଏବେ କିଛି ସ୍ଥାନରେ ହଳଦିଆ ରଙ୍ଗ ତରଭୁଜର ଡିମାଣ୍ଡ ଟିକେ ବଢିଛି। ଯାହାକି ଚାଷୀଙ୍କୁ ବେଶ ଲାଭ ଯୋଗାଇଛି।

ମୟୁରଭଞ୍ଜର ବିଭିନ୍ନ ସ୍ଥାନରେ ଏହି ଚାଷ କରାଯାଉଛି। କମ୍ ମଞ୍ଜି ଥିବା ତାଇୱାନ୍ ବ୍ରିଡର ତରଭୁଜ। ବେଶ୍ ସ୍ୱାଦ ଯୁକ୍ତ ହୋଇଥିବା ବେଳେ ଲୋକମାନେ ବି ବେଶ୍ ପସନ୍ଦ କରୁଛନ୍ତି। ଆଉ ଚାଷୀ ବି ବେଶ ଲାଭବାନ୍ ହେଉଛନ୍ତି।

ଏ ହେଉଛି ବାରିପଦା ବେତନଟୀ ଜାତୀୟ ରାଜପଥ । ଦାନ୍ତିଆମୁଁହା ଛକ ନିକଟରେ ରାସ୍ତା କଡ଼ରେ ବିକ୍ରି ହେଉଥିବା ହଳଦିଆ ତରଭୁଜ ଦୋକାନ । ପ୍ରଥମକରି ଏହି ହଳଦିଆ ତରଭୁଜ ବଜାରକୁ ଆସିଥିବା ବେଳେ ମୟୁରଭଞ୍ଜ ସମେତ ଆଖପାଖ ଜିଲ୍ଲା ରୁ ଏବେ ଅଡର ଅନେକ । କିଲୋ ପ୍ରତି ତିରିଶି ଟଙ୍କାରେ ଏହା ବଜାର ରେ ମିଳି ପାରୁଥିବା ବେଳେ ଏହାର ସ୍ଵାଦରେ ଗ୍ରାହକ ବି ଖୁସ୍ ।

Leave A Reply

Your email address will not be published.