Latest Odisha News

BREAKING NEWS

ଗୁଇନ୍ଦା ନିର୍ଦ୍ଦେଶକ ବଦଳାଇଲେ ଓଡ଼ିଶା ସରକାର

ବଦଳିଲେ ଗୁଇନ୍ଦା ନିର୍ଦ୍ଦେଶକ ।  ଗୁଇନ୍ଦା ନିର୍ଦ୍ଦେଶକ ବଦଳାଇଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ଗୁଇନ୍ଦା ନିର୍ଦ୍ଦେଶକ ଥିବା ଲଳିତ ଦାସଙ୍କୁ ଗୃହ ବିଭାଗ ଓଏସଡି କରାଯାଇଛି । ଏଡିଜି ଆର.ପି.କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି ।

  ଆଗକୁ ଆଇପିଏସ୍‌ ସ୍ତରରେ ଅଦଳବଦଳ ହୋଇପାରେ। ତେବେ ଆଜି ଗୁଇନ୍ଦା ନିର୍ଦ୍ଦେଶକ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ଲଳିତ ଦାସଙ୍କୁ ହଠାତ୍ ଗୃହ ବିଭାଗର ଓଏସ୍‌ଡି ଭାବେ ବଦଳି କରିବା କଥାକୁ ସହଜରେ ଗ୍ରହଣ କରି ହେଉ ନାହିଁ। କାରଣ ଓଏସ୍‌ଡି ଭାବେ କୌଣସି ସ୍ଥାନକୁ ପଠାଯିବା ଅର୍ଥ, ତାଙ୍କୁ ଗୁରୁତ୍ୱହୀନ କରିଦିଆଯିବା ବୋଲି ସାଧାରଣତଃ ବିବେଚନା କରାଯାଏ। ତେଣୁ ଏହା ପଛରେ କ’ଣ କାରଣ ରହିଛି, ତାହା ଜଣାପଡ଼ିନି।
Leave A Reply

Your email address will not be published.