ଓଡ଼ିଶା ସମ୍ବାଦ ବ୍ୟୁରୋ: ଦୁନିଆରେ ବୁଦ୍ଧିମାନ ପିଲାମାନଙ୍କର କୌଣସି ଅଭାବ ନାହିଁ। କିଛି ନା କିଛି ପ୍ରତିଭା ପ୍ରତ୍ୟେକ ପିଲାଙ୍କ ମଧ୍ୟରେ ଲୁଚି ରହିଥାଏ। ନିକଟରେ ଏଲନ୍ ମସ୍କ ଜଣେ ୧୪ ବର୍ଷୀୟ ବାଳକର ପ୍ରତିଭା ଦେଖି ଖୁବ ଆକର୍ଷିତ ହୋଇଥିଲେ ଏବଂ ପ୍ରଶଂସା ମଧ୍ୟ କରିଥିଲେ। ଏହି ବାଳକର ନାମ ହେଉଛି କୈରନ କାଜି। ଏହି ୧୪ ବର୍ଷର ବାଳକ ସ୍ପେସ୍ ଏକ୍ସର ଟେକ୍ନିକାଲ ଚ୍ୟାଲେଞ୍ଜିଂ ଇଣ୍ଟର୍ଭ୍ୟୁରେ ପାସ କରିଛନ୍ତି। ଯାହା ବଡ଼ ବଡ଼ ଅଭିଜ୍ଞ ବ୍ୟକ୍ତି ଏହି ପରୀକ୍ଷାରେ ପାସ କରି ପାରନ୍ତି ନାହିଁ।
ଇଣ୍ଟର୍ଭ୍ୟୁ ପାସ କରି କୈରନ କାଜି ବର୍ତ୍ତମାନ ଏଲନ୍ ମସ୍କର ସ୍ପେସ୍ ଏକ୍ସ ଦ୍ୱାରା ନିଯୁକ୍ତ ହୋଇଥିବା ସର୍ବକନିଷ୍ଠ ଶିଶୁ ହୋଇପାରିଛନ୍ତି। ଏଲନ୍ ମସ୍କ ତାଙ୍କ ସ୍ପେସ ଏକ୍ସ କମ୍ପାନୀରେ ଏହି ବୁଦ୍ଧିମାନ ବାଳକକୁ ସଫ୍ଟୱେୟାର ଇଞ୍ଜିନିୟର ଭାବରେ ଯୋଗଦେବାକୁ ଅଫର୍ ଦେଇଛନ୍ତି। କୈରନ କାଜି ଏକ ଏଭଳି ପ୍ରତିଭାଶାଳୀ ପିଲା ଯାହାଙ୍କର ଟ୍ୟାଲେଣ୍ଟ ଦେଖି ଏବେ ଏଲନ ମସ୍କ ତାଙ୍କୁ ସ୍ପେସ ଏକ୍ସରେ ଚାକିରି ଅଫର କରିଛନ୍ତି । ଏହି ପଦରେ କୈରନ ଖୁବଶୀଘ୍ର ଯୋଗଦେବେ ବୋଲି କୁହାଯାଉଛି ।
୧୪ ବର୍ଷୀୟା ଏହି ବାଳକ ୧୧ ବର୍ଷ ବୟସରେ କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂ ଅଧ୍ୟୟନ କରିବା ଆରମ୍ଭ କରିଥିଲେ। ଏହି ମାସରେ ସାଣ୍ଟା କ୍ଲାରା ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଥିଲେ। ସ୍ପେସ୍ ଏକ୍ସରେ କାମ କରିବାକୁ କୈରନ କାଜି ଉତ୍ସାହିତ ଅଛନ୍ତି। କୈରନ ମଙ୍ଗଳ ଗ୍ରହକୁ ଲୋକଙ୍କୁ ପଠାଇବା ଲକ୍ଷ୍ୟ ହାସଲ କରିବାରେ କମ୍ପାନୀକୁ ସାହାଯ୍ୟ କରିବା ପାଇଁ ତାଙ୍କ ଦକ୍ଷତା ବ୍ୟବହାର କରିବେ ବୋଲି ଆଶା କରାଯାଉଛି।
Comments are closed.