Latest Odisha News

BREAKING NEWS

ସାମ୍ନାକୁ ଆସିଲା ଏଲନ୍‌ ମସ୍କଙ୍କ ଆଉ ଗୋଟେ ଛୁଆ, ଏହା ତାଙ୍କର ୧୩ ନମ୍ୱର ପିଲା

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ଏଲନ୍‌ ମସ୍କଙ୍କ ଆଉ ଗୋଟେ ଛୁଆ । ସେଣ୍ଟ କ୍ଲେୟାର୍ ନାମକ ଜଣେ ମହିଳାଙ୍କ ଗର୍ଭରୁ ମସ୍କଙ୍କର ଏହି ୧୩ ନମ୍ବର ପିଲାଟି ଜନ୍ମ ହୋଇଥିବା ଜଣାପଡ଼ିଛି । ଏଲନ୍‌ ମସ୍କ ହିଁ ତାଙ୍କ ପିଲାର ବାପା ବୋଲି ସେଣ୍ଟ କ୍ଲାୟାରେ କହିଛନ୍ତି । ପିଲାଟିକୁ ଏବେ ୫ ମାସ । ସେଣ୍ଟ କ୍ଲେୟାରଙ୍କ କହିବା କଥା, ପିଲାଙ୍କ ଭବିଷ୍ୟତକୁ ନଜରରେ ରଖି ତାର ପରିଚୟ ଗୋପନ ରଖା ଯାଇଥିଲା ।

କିଛି ଗଣମାଧ୍ୟମ ଏହା ଜାଣି ନେଇଛନ୍ତି । ତେଣୁ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପୂର୍ବରୁ ନିଜେ ସେ ଏହି ଘୋଷଣା କରିଥିବା କହିଛନ୍ତି ୨୬ ବର୍ଷୀୟ ସେଣ୍ଟ କ୍ଲେୟାର୍ ।ଟେସ୍‌ଲା, ସ୍ପେସେକ୍ସ ଏବଂ ସୋସିଆଲ୍ ସାଇଟ୍ Xର ମୁଖ୍ୟ ତଥା ଟ୍ରମ୍ପ ପ୍ରଶାସନର ଡିପାର୍ଟମେଣ୍ଟ ଅଫ୍ ଗମେଣ୍ଟ ଏଫିସିଏନ୍‌ସି ମୁଖ୍ୟ ଏଲନ୍ ମସ୍କ, ଏହି ଖବର ଉପରେ ‘ୱା’ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।

ପିଲାର ଭବିଷ୍ୟତ ନେଇ ଚିନ୍ତିତ ଥିବା ସେଣ୍ଟ କ୍ଲେୟାର୍, ଗତ କିଛିଦିନ ହେବ ମସ୍କଙ୍କ ସହ ଅନଲାଇନରେ ଯୋଗାଯୋଗ କରିଥିଲେ । କିନ୍ତୁ ମସ୍କ ସେସବୁ ଉପରେ ସମ୍ପୂର୍ଣ୍ଣ ନିରବ ରହିଥିଲେ । ଏବେ କେବଳ ୱା କହି ପ୍ରତିକ୍ରିୟା ଦେଇଛନ୍ତି । ଶୁଣିବାକୁ ମିଳୁଛି, ପିଲାର ଭବିଷ୍ୟତ ନେଇ ଉଭୟେ ଭିତିରିଆ କିଛି ଯୋଜନା ଆରମ୍ଭ କରିଛନ୍ତି ।

Comments are closed.