ଭୁବନେଶ୍ବର: ଯଦି ଆପଣ ମହା ଶିବରାତ୍ରୀ ପୂର୍ବରୁ ନିଜ ସ୍ୱପ୍ନରେ ଏହି ବସ୍ତୁ ଗୁଡ଼ିକ ମଧ୍ୟରୁ କୌଣସି ଏକ ବସ୍ତୁ ଦେଖୁଛନ୍ତି,ତେବେ ଜାଣି ରଖନ୍ତୁ ଆପଣଙ୍କ ଭାଗ୍ୟ ସମୂର୍ଣ୍ଣ ରୂପେ ବଦଳିବାକୁ ଯାଉଛି । ହଁ ଆଜ୍ଞା ଏନେଇ ସ୍ୱପ୍ନ ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ କରାଯାଇଛି ।
ଯଦି ମହାଶିବରାତ୍ରୀ ପୂର୍ବରୁ ସ୍ୱପ୍ନରେ ସାପକୁ ଦେଖନ୍ତି, ତେବେ ଏହା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ସ୍ୱପ୍ନରେ ସାପ ଦେଖିବାର ଅର୍ଥ ଆପଣଙ୍କ ପାଖକୁ ଧନ ଆସିବ ଓ ଆର୍ଥିକ ସଙ୍କଟ ଦୂର ହେବ ।
ସେହିପରି ସ୍ବପ୍ନରେ ଯଦି ଡମ୍ବରୁ ଦେଖୁଛନ୍ତି , ଏହା ସୂଚିତ କରେ ଯେ, ଅତିଶୀଘ୍ର ଆପଣଙ୍କୁ ସମସ୍ତ ସମସ୍ୟାରୁ ମୁକ୍ତି ମିଳିବ । ଏଥିସହ ଆପଣଙ୍କ ଘରେ କିଛି ଶୁଭ କାର୍ଯ୍ୟ ଆରମ୍ଭ ହେବାର ସମ୍ଭାବନା ରହିଛି ।
https://youtu.be/airKoszcv94?si=koIWSPPAi5StGhpw
ମହାଦେବଙ୍କ ତ୍ରିଶୁଳକୁ ସ୍ବପ୍ନରେ ଦେଖିଲେ ଜାଣିବେ ଯେ, କିଛି ଖୁସି ଖବର ମିଳିବାକୁ ଅଛି ଓ ଏଥିସହ ଆପଣ ଲୋଭ କାମ କ୍ରୋଧରୁ ମୁକ୍ତି ପାଇବେ ।
ଯଦି ଶିବଲିଙ୍ଗ ଦେଖୁଛନ୍ତି, ଜାଣି ଯାଆନ୍ତୁ ଆପଣଙ୍କ ଭାଗ୍ୟ ଚମକିବାକୁ ଯାଉଛି ଓ ଆପଣଙ୍କ ଲକ୍ଷ୍ୟ ପୂରଣ ହେବ ।
ସେହିପରି ନିଜେ ଶିବଲିଙ୍ଗରେ ଜଳାଭିଷେକ କରୁଥିବାର ସ୍ବପ୍ନ ଦେଖନ୍ତି, ଜାଣିଯାଆନ୍ତୁ ଆଗାମୀ ଦିନରେ ଆପଣଙ୍କ ମାନସମ୍ମାନ ବଢିବ ।
ମହାଦେବଙ୍କ ବାହନ ବୃଷଭଙ୍କ ସ୍ବପ୍ନ ଦେଖିବାର ଅର୍ଥ ହେଲା ବ୍ୟକ୍ତିବିଶେଷଙ୍କର ଇଚ୍ଛା ପୂର୍ଣ୍ଣ ହେବାକୁ ଯାଉଛି ଓ ଭଗବାନ ଶଙ୍କର ଆପଣଙ୍କ ପୂଜାରେ ପ୍ରସନ୍ନ ଅଛନ୍ତି ।
Comments are closed.