ମୁମ୍ବାଇ: ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲର ଗତ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେଇଥିଲେ । ତାଙ୍କ ନେତୃତ୍ୱରେ ମୁମ୍ବାଇ ଆଖିଦୃଶିଆ ପ୍ରଦର୍ଶନ କରିପାରି ନ ଥିଲା । ଆଇପିଏଲ ୨୦୨୫ ସଂସ୍କରଣ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ମୁମ୍ବାଇ ତାର ପ୍ରଥମ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ । ତେବେ ଏହି ମ୍ୟାଚରେ ହାର୍ଦ୍ଦିକ ଖେଳିବେ ନାହିଁ । ଗତ ସଂସ୍କରଣରେ ମୁମ୍ବାଇ ଟିମ ୩ ନିର୍ଦ୍ଧାରିତ ସମୟରେ ବୋଲିଂ କୋଟା ଓଭର ପୂରଣ କରିପାରି ନ ଥିଲା । ଏଥିପାଇଁ ତାଙ୍କୁ ଗୋଟିଏ ମ୍ୟାଚରୁ ବାସନ୍ଦ କରାଯାଇଥିଲା । ଏବେ ସେ ୨୦୨୫ ସଂସ୍କରଣର ମୁମ୍ବାଇ ପକ୍ଷରୁ ପ୍ରଥମ ମ୍ୟାଚ ଖେଳିପାରିବେ ନାହିଁ ।
ହାର୍ଦ୍ଦିକଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ଯାଦବ ଦଳର ନେତୃତ୍ୱ ନେଇପାରନ୍ତି । ହାର୍ଦ୍ଦିକ ଆଇପିଏଲରେ ୧୩୭ ମ୍ୟାଚ ଖେଳି ୨୫୨୫ ରନ ସଂଗ୍ରହ କରିଛନ୍ତି । ଏଥିରେ ୧୦ ଅର୍ଦ୍ଧଶତକ ସାମିଲ । ସେ ୬୪ ୱିକେଟ ମଧ୍ୟ ଅକ୍ତିଆର କରିଛନ୍ତି । ଆଇପିଏଲରେ ମୁମ୍ବାଇ ଗତ ସଂସ୍କରଣରେ ୧୦ ମ୍ୟାଚରେ ପରାଜିତ ହୋଇଥିବା ବେଳେ ୪ ମ୍ୟାଚରେ ବିଜୟୀ ହୋଇଥିଲା । ଦଳ ପଂଏଟ ଟେବୁଲରେ ଶେଷ ସ୍ଥାନରେ ରହିଛି ।
Comments are closed.