Latest Odisha News

BREAKING NEWS

‘ଟୁଇଟର୍‌’ ପରିଚାଳନା ଭାର ଗ୍ରହଣ କରି ‘ସିଇଓ’ ପରାଗ ଅଗ୍ରୱାଲ୍‌ଙ୍କୁ ବହିଷ୍କାର କଲେ ଏଲନ୍‌ ମସ୍କ୍‌

ସାନ୍‌ ଫ୍ରାନ୍‌ସିସ୍‌କୋ: ଟୁଇଟର୍‌ କିଣିଲେ ଏଲନ ମସ୍କ । ବହୁ ଦିନର ବାଦ ବିବାଦ ପରେ ଶେଷରେ ଟୁଇଟର କୁ କିଣିନେଇଛନ୍ତି ବିଶ୍ବର ସବୁଠୁ ଧନୀ ଏଲନ ମସ୍କ । ଟୁଇଟର କିଣିବା ପରେ ଏହାର ପରିଚାଳନାରେ ଅନେକ ପରିବର୍ତ୍ତନ କରିଛନ୍ତି ଏଲନ ।

ଟୁଇଟରର ପରିଚାଳନା ଭାର ଗ୍ରହଣ କରିବା ପରେ  ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ପରାଗ ଅଗ୍ରୱାଲ୍‌ଙ୍କୁ ବାହାର କରିଦେଇଥିବା ରିପୋର୍ଟ ପ୍ରକାଶ ପାଇଛି । ପୂର୍ବରୁ 44 ବିଲିୟନ ଡ଼ଲାରର ଟ୍ୱିଟର ଅଧିଗ୍ରହଣ ଚୁକ୍ତି କରିବା ପରେ ଜାଲ ଆକାଉଂଟ ହଟାଇବା ପାଇଁ ଦାବି କରିଥିଲେ ମସ୍କ । କିନ୍ତୁ ଟୁଇଟରର ଅଧିକାରୀମାନେ ମସ୍କଙ୍କ ଦାବି ଶୁଣି ନଥିଲେ । ଏଥିପାଇଁ ସେ କିଣିବାକୁ ଅନିଚ୍ଛା ପ୍ରକାଶ କରିଥିଲେ । ପରେ ଏହି ମାମଲା କୋର୍ଟକୁ ଯାଇଥିଲା ।  ସିଇଓ ଭାବେ ଏଲୋନ୍ ମସ୍କ ବର୍ତ୍ତମାନ ଟ୍ୱିଟର ଦାୟିତ୍ ରେ ଅଛନ୍ତି ବୋଲି ସିଏନବିସି, ଫକ୍ସ ନିଉଜ ପ୍ରକାଶ କରିଛି ।

ଟ୍ୱିଟର ସିଇଓ ପରାଗ ଅଗ୍ରୱାଲଙ୍କୁ ପ୍ରଥମେ ବାହାର କରିଛନ୍ତି ମସ୍କ । ଟୁଇଟରକୁ ସଂସ୍କାର ସୋସିଆଲ  ମିଡିଆ ଭାବେ ପରିଚିତ କରିବାକୁ ଚାହୁଁଛନ୍ତି ମସ୍କ । ତେଣୁ ଏବେ ଟୁଇଟର ପକ୍ଷପାତ କରିବ ନାହିଁ ବୋଲି ମସ୍କ କହିଛନ୍ତି । ବଡ଼ ବଡ଼ ଅଧିକାରୀଙ୍କୁ ପ୍ରଥମ ଦିନ ବାହାର କରିଦେଇଥିବା ଆମେରିକା ଗଣମାଧ୍ୟମରେ ପ୍ରକାଶ ପାଇଛି ।

Leave A Reply

Your email address will not be published.