Latest Odisha News

BREAKING NEWS

ଏଲୋନ୍ ମସ୍କ ଟୁଇଟ କରି କହିଲେ ‘ନମସ୍ତେ’

ଓ୍ବାସିଂଟନ: ଟ୍ୱିଟରର ନୂଆ ମାଲିକ ଏଲୋନ୍ ମସ୍କଙ୍କ ମିଜାଜକୁ ନେଇ ଅନେକ ସମୟରେ ଚର୍ଚା ହୁଏ । ଭାରତୀୟ ସମୟ ମଧ୍ୟ ରାତ୍ରିରେ  ଏବେ ତାଙ୍କର  ତାଙ୍କର ଗୋଟିଏ ଟୁଇଟ୍ କୁ ନେଇ ଭାରତରେ ଚର୍ଚା ଚାଲିଛି ।  ସେ ଟ୍ୱିଟ୍ କରି ବ୍ୟବହାରକାରୀଙ୍କୁ ନମସ୍ତେ କହିଛନ୍ତି । ଏହା ସାଧାରଣତ ଭାରତୀୟ ୟୁଜରଙ୍କ ପାଇଁ କରିଥିବା କୁହାଯାଉଛି ।

ତାଙ୍କର ଏହି ପୋଷ୍ଟକୁ ହଜାର ହଜାର ୟୁଜର ଲାଇକ ସେୟାର କରିବାରେ ଲାଗିଛନ୍ତି । ଲୋକମାନେ ମଧ୍ୟ ପ୍ରତିକ୍ରିୟା କରୁଛନ୍ତି  । ସକାଳ ସୁଧା 133 ହଜାର ଲାଇକ କରିଥିବା ବେଳେ 9 ହଜାରରୁ ଅଧିକ ୟୁଜର ସେୟାର କରିଛନ୍ତି । ଅଧିକାଂଶ ୟୁଜର ମସ୍କଙ୍କୁ ଧନ୍ୟବାଦ ଦେବା ସହ ଶୁଭେଚ୍ଛା ଜଣାଇଛନ୍ତି ।

 

ଏହି ଟୁଇଟ୍ ପୂର୍ବରୁ ମସ୍କ ଲୋକଙ୍କୁ ଟ୍ୱିଟରରେ ରହିବାକୁ ଅନୁରୋଧ କରିଥିଲେ।  ସେ କହିଥିଲେ, ‘ଆଶା କରୁଛି ସମସ୍ତ ଜଜ୍ ହଲ୍ ମନିଟର ଅନ୍ୟ ପ୍ଲାଟଫର୍ମରେ ରହିବେ। ‘

 

Leave A Reply

Your email address will not be published.