Latest Odisha News

BREAKING NEWS

ଆନ୍ତର୍ଜାତିକ ଯାତ୍ରୀଙ୍କ ପାଇଁ ‘ଏୟାର ସୁବିଧା ପୋର୍ଟାଲ’ରେ ଟୀକାକରଣ ଫର୍ମ ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବିମାନର ଯାତ୍ରୀମାନଙ୍କ ପାଇଁ କୋଭିଡ ନିୟମ କୋହଳ ହେଲା । କୋଭିଡ ପାଇଁ ନିୟମ ଜାରି କରିଥିଲା ଭାରତ । ଭାରତକୁ ଆସୁଥିବା ବିଦେଶୀ ଯାତ୍ରୀ ତଥା ବିଦେଶ ଫେରନ୍ତାଙ୍କୁ ଦେବାକୁ ପଡୁଥିଲା କୋଭିଡ ଟୀକାକରଣର ସେଲ୍ଫ୍ ଡିକ୍ଲାରେସନ୍ ଫର୍ମ । ଏୟାର ସୁବିଧା ପୋର୍ଟାଲରେ ଏହି ଫର୍ମକୁ ଭରିବାକୁ ପଡୁଥିଲା । କିନ୍ତୁ ଏବେ ଏହା ବାଧ୍ୟତାମୂଳକ ନୁହେଁ  । ୨୧ତାରିଖ ମଧ୍ୟରାତ୍ରୀରୁ ଏହି ନିୟମ ହଟିଯାଇଛି ।

ଗତକାଲି ସନ୍ଧ୍ୟାରେ ଏନେଇ ନୋଟିସ୍ ଜାରି କରିଥିଲା ଭାରତୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । କୋଭିଡ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି ଗାଇଡଲାଇନକୁ ପାଳନ କରିବାକୁ ଏହି ମନ୍ତ୍ରାଳୟ ପୂର୍ବରୁ ନୋଟିସ ଜାରି କରିଥିଲା । ଏହା ଅନୁଯାୟୀ ଭାରତର ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପୂର୍ବରୁ ଯାତ୍ରୀଙ୍କୁ ଏୟାର ସୁବିଧା ପୋର୍ଟାଲରେ ଟୀକାକରଣ ସମ୍ୱନ୍ଧିତ ନିର୍ଦ୍ଧିଷ୍ଟ ଫର୍ମ ଦାଖଲ କରିବାକୁ ପଡୁଥିଲା ।

ଏବେ ଏହାକୁ ବନ୍ଦ କରିବାକୁ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି । ତେବେ ଭବିଷ୍ୟତରେ ସ୍ଥିତିକୁ ଦେଖି ଆବଶ୍ୟକ ପଡିଲେ ପୁଣି ଥରେ ନିୟମକୁ ଲାଗୁ କରାଯାଇପାରେ ବୋଲି ସୂଚନା ଦିଆଯାଇଛି । ଗତମାସ ବିମାନ ଚଳାଚଳ ମନ୍ତ୍ରାଳୟ ମାସ୍କ ବାଧ୍ୟତାମୂଳକ ନିୟମକୁ ବନ୍ଦ କରିଥିଲା ।

Leave A Reply

Your email address will not be published.