Latest Odisha News

ଦେଶର ଆର୍ଥିକ ସ୍ଥିତି ଅନ୍ୟ ରାଷ୍ଟ୍ର ତୁଳନାରେ ଭଲ ରହିଛି : ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଫେବୃଆରୀ ୧ତାରିଖରେ ସଂସଦରେ ଉପସ୍ଥାପିତ ହେବ ପୂର୍ଣ୍ଣାଙ୍ଗ ବା ସାଧାରଣ ବଜେଟ୍ । ଗତକାଲିଠାରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମ ପ୍ରାକ୍ ବଜେଟ୍ ବୈଠକର ଅଧ୍ୟକ୍ଷତା କରିଛନ୍ତି । ଦେଶର ଅର୍ଥନୀତି ସୁଦୃଢ ରହିଛି ଓ ଅନ୍ୟ ରାଷ୍ଟ୍ର ତୁଳନାରେ ଭଲ ଅଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

ସୋମବାର ଅନୁଷ୍ଠିତ ବୈଠକରେ ଶିଳ୍ପ, ବାଣିଜ୍ୟ ସଂଗଠନର ପ୍ରତିନିଧି, ଅର୍ଥନୀତି ଓ ପରିବେଶ ବିଶେଷଜ୍ଞଙ୍କ ସହିତ ଆଲୋଚନା କରିଛନ୍ତି । ଭର୍ଚୁଆଲ ମୋଡରେ ହୋଇଥିବା ବୈଠକରେ ଭାରତର ଅର୍ଥନୀତି ସମ୍ପର୍କିତ ଅନେକ ଦିଗ ନେଇ ଆଲୋଚନା ହୋଇଛି । ଚଳିତବର୍ଷ ବଜେଟରେ କ୍ୟାପିଟାଲ ଏକ୍ସପେଣ୍ଡିଚର ଲକ୍ଷ୍ୟ ୭.୫ ଲକ୍ଷ କୋଟି ଟଙ୍କା ଥିବାବେଳେ ଆସନ୍ତାବର୍ଷ ଏହାକୁ ୧୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିବା ଲାଗି ସିଆଇଆଇ ପକ୍ଷରୁ ସରକାରଙ୍କୁ ପରାମର୍ଶ ଦିଆଯାଇଛି । ବୈଠକରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କ ସହିତ ଅନ୍ୟ ଅର୍ଥ ସଚିବ ଉପସ୍ଥିତ ଥିଲେ । ସପ୍ତାହଯାକ ସେ ବିଭିନ୍ନ କ୍ଷେତ୍ରର ଶିଳ୍ପ ପ୍ରତିନିଧିଙ୍କ ସହିତ ଆଲୋଚନା କରିବେ ।

Leave A Reply

Your email address will not be published.