Latest Odisha News

BREAKING NEWS

ମୁଖ୍ୟ ମହନ୍ତ ଛାଡୁନାହାଁନ୍ତି ଏମାର ମଠ ଗାଦି…

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସନ୍ନିକଟରେ ଥିବା ସମସ୍ତ ଦୋକାନ ଓ ଘରଭଙ୍ଗା ଅଭିଯାନ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଥିବା ବେଳେ ଏମାର ମଠ ମୁଖ୍ୟ ମହନ୍ତ ରାଜଗୋପାଳ ରାମାନୁଜ ଦାସ କିନ୍ତୁ ଗାଦି ଛାଡ଼ିବାକୁ ନାରାଜ । ଏପର୍ଯ୍ୟନ୍ତ ଗାଦି ଉପରେ ବସି ରହିଛନ୍ତି ମୁଖ୍ୟ ମହନ୍ତ । ଶନିବାର ଦିନ ପୋଲିସ ଉପସ୍ଥିତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଉଚ୍ଛେଦ ଅଭିଯାନ ଚାଲୁ ରହିଥିବା ବେଳେ ଗାଦି ଉପରେ ସେମିତି ବସିରହିବେ ବୋଲି ରୋକଠୋକ୍ କହିଛନ୍ତିି ମହନ୍ତ ରାମାନୁଜ ଦାସ ।

“ମୋତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଶ୍ୱାସନା ଦିଆଯାଇ କୁହାଯାଇଥିଲା ଯେ, ରହିବା ଘର ଓ ଗାଦି ଭଙ୍ଗା ଯିବନାହିଁ । ମାତ୍ର ଏହାନକରି ଓଲଟା ଏବେ ରହିବାଘର ଓ ଗାଦି ଭାଙ୍ଗିବାକୁ ପ୍ରଶାସନ ବସିଛି । ମୁଁ ଏବେ ନିଷ୍ପତ୍ତି ଗ୍ରହଣ କରିଛି ଯେ, କୌଣସି ପରିସ୍ଥିତିରେ ଗାଦି ଓ ରହିବା ଘର ଛାଡ଼ିବି ନାହିଁ ।” ଗଣମାଧ୍ୟମ ସାମ୍ନାରେ ଏହା କହିଛନ୍ତି ଏମାର ମଠର ମୁଖ୍ୟ ମହନ୍ତ ।

Leave A Reply

Your email address will not be published.