Latest Odisha News

BREAKING NEWS

୩ ଆଇପିଏସ୍ ଅଫିସରଙ୍କୁ ଡିଜିପି ପାହ୍ୟାକୁ ପଦୋନ୍ନତି କଲେ ଓଡିଶା ସରକାର

ଭୁବନେଶ୍ୱର: ଓଡିଶା ସରକାର ଶନିବାର ଦିନ ୩ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ପାହ୍ୟାକୁ ପଦୋନ୍ନତି ପ୍ରଦାନ କରିଛନ୍ତି ।

ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଡିପିଜି ପାହ୍ୟାକୁ ପଦୋନ୍ନତି ପାଇଥିବା ବରିଷ୍ଠ ଆଇପିଏସ ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି, ୧୯୯୮ ବ୍ୟାଚର ଦୁଇ ଅଧିକାରୀ ସତ୍ୟଜିତ ମହାନ୍ତି ଏବଂ ମନୋଜ ଛାବ୍ରା ।

ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ୧୯୮୭ ବ୍ୟାଚର ଆଇପିଏସ୍ ଅଫିସର ସୁରେନ୍ଦ୍ର ପନୱାରଙ୍କୁ ମଧ୍ୟ ରାଜ୍ୟ ସରକାର ଡିଜିପି ପାହ୍ୟାକୁ ପଦୋନ୍ନତି କରିଛନ୍ତି ।

Leave A Reply

Your email address will not be published.