Latest Odisha News

BREAKING NEWS

ଭୁଲ୍ ଇଞ୍ଜେକସନ ଯୋଗୁଁ ୧୧ ବର୍ଷୀୟ ନାବାଳକର ମୃତ୍ୟୁ ଅଭିଯୋଗ

ବ୍ରହ୍ମପୁର: ଭଦ୍ରକ ଜିଲ୍ଲା ଗେଟ୍ ବଜାର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭୁଲ ଇଞ୍ଜେକସନ ଯୋଗୁଁ ଜଣେ ବାଳକର ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ ଉକ୍ତ ବାଳକଟି ନାଗରାଜ ସେଠୀ ବୋଲି ଜଣାପଡିଛି । ଗତ ୨୨ ତାରିଖରେ ନାଗରାଜଙ୍କ ଗଳା ଫୁଲି ଯାଇଥିବା ଫଳରେ ପରିବାର ଲୋକେ ତାକୁ ଚିକିତ୍ସା ପାଇଁ ସିଟି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

ପରବର୍ତ୍ତୀ ସମୟରେ ଡାକ୍ରଖାନାରେ ଶୁକ୍ରବାର ଦିନ ତାକୁ ଗୋଟିଏ ଇଞ୍ଜେକସନ ଦିଆଯାଇଥିଲା । ଏହାର କିଛି ସମୟ ତାର ଅବସ୍ଥା ସଙ୍କଟାପନ୍ନ ହେବା ସହ ମୃତ୍ୟୁ ଘଟିଥିଲା ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ ।

ଏହି ଘଟଣାକୁ ନେଇ ପରିବାର ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ନେଇ ଜଣାପଡିଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯାଇ ମୃତ୍ୟୁର ସଠିକ୍ କାରଣ ଜଣାପଡିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.