Latest Odisha News

ଫିଫା ବିଶ୍ୱକପ: କାମେରୁନକୁ ହରାଇଲା ସୁଇଜରଲାଣ୍ଡ

ଦୋହା: ଚଳିତ ଫିଫା ବିଶ୍ୱକପ ଫୁଟବଲରେ ଆଜି ସୁଇଜରଲାଣ୍ଡ ୧-୦ ଗୋଲରେ କାମେରୁନକୁ ପରାସ୍ତ କରିଛି । ଗ୍ରୁପ ଜିର ଏହି ମୁକାବିଲା ବେଶ ରୋମାଂଚକପୂର୍ଣ୍ଣ ଥିଲା । ପ୍ରଥମାର୍ଦ୍ଧରେ କେହି କାହା ବିପକ୍ଷରେ ଗୋଲ କରିବାରେ ସଫଳ ହୋଇ ନ ଥିଲେ । ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ବ୍ରିଲ ଏମ୍ବୋଲୋ ୪୮ତମ ମିନିଟରେ ବିଜୟସୂଚକ ଏକମାତ୍ରଟି ଗୋଲଟି ସ୍କୋର କରିଥିଲେ । ଭଲ ପ୍ରଦର୍ଶନ ସତ୍ୱେ ଶେଷ ପର୍ଯ୍ୟନ୍ତ ଉଦ୍ୟମ କରି କାମେରୁନ ଗୋଲ ଶୁଝିବାରେ ସଫଳ ହୋଇପାରି ନ ଥିଲା ।

ଏମ୍ବୋଲୋ ପ୍ରକୃତରେ କାମେରୁନରେ ଜନ୍ମ ହୋଇଥିବାରୁ ସେ ସୁଇଜରଲାଣ୍ଡ ପାଇଁ ଗୋଲ ସ୍କୋର କରିଥିଲେ ମଧ୍ୟ ସାଥୀ ଖେଳାଳିଙ୍କ ସହ ଖୁସି ମନେଇବାକୁ ମନା କରିଥିଲେ । ତାଙ୍କର ଦେଶପ୍ରେମ ଭାବନାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । କାମେରୁନ କେତେକ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଗୋଲରେ ପରିଣତ କରିପାରି ନ ଥିଲା ।

Comments are closed.