Latest Odisha News

BREAKING NEWS

ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେଇପାରେ ଇଡି, ହାଜର ପାଇଁ କୋର୍ଟରେ ଆବେଦନ

ଭୁବନେଶ୍ୱର: ଆହୁରି ଜୋରଦାର ହେବ ଇଡି ତଦନ୍ତ । ସାମ୍ନାକୁ ଆସିବ ଆହୁରି ଅନେକ ଲୁଚି ରହିଥିବା ସତ । ଖଗେଶ୍ୱର, ଶ୍ରଦ୍ଧାଞ୍ଜଳି, ଅମୀୟକାନ୍ତ, ଅକ୍ଷୟ ପରିଜା ଓ ଗଙ୍ଗାଧର ସାମଲଙ୍କୁ ପଚରାଉଚରା ପରେ ଇଡି ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ଆଣିବାକୁ ପ୍ରସ୍ତୁତ ହେଉଛି ।

ଆଜି ଖଗେଶ୍ୱରର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ଇଡି ତାକୁ କୋର୍ଟରେ ହାଜର କରିଛି । ଖଗେଶ୍ୱରକୁ ପୁଣି ଥରେ ୨ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏଥିସହ ଜେଲରେ ଥିବା ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ କୋର୍ଟରେ ହାଜର କରିବା ଲାଗି ଇଡି ଅନୁମତି ମାଗିଛି ।

ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ହାଜର ଲାଗି କୋର୍ଟ ଅନୁମତି ଦେଲା ପରେ ଉଭୟଙ୍କୁ ରିମାଣ୍ଡରେ ନେବା ଲାଗି ଆବେଦନ କରିପାରେ ଇଡି । ଏକାଠି ଖଗେଶ୍ୱର, ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସହ ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ବସାଇ ସତ ଓଗାଳିପାରେ । ଇଡି ତଦନ୍ତ ଜୋର୍ ଧରିଥିବା ବେଳେ ନାଗ ଫାଶରେ ଫସିଥିବା ଆଉ କିଏ ହାଜର ହେଉଛି ତା’ଉପରେ ରହିଛି ସମସ୍ତଙ୍କ ନଜର ।

Leave A Reply

Your email address will not be published.