Latest Odisha News

BREAKING NEWS

EMI ଘୁଂଚାଇବାକୁ ଆସୁଛି କି କଲ୍ କି ମେସେଜ୍‌; ତେବେ ସାବଧାନ ହୋଇଯାଆନ୍ତୁ !

ନୂଆଦିଲ୍ଲୀ: କରୋନାମହାମାରୀ ଓ ଲକ୍‌-ଡାଉନ ର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି ଅନଲାଇନ୍ ସ୍କାମର୍ ବା ସାଇବର୍ ଠକ୍ । ଇଏମଆଇ ଘୁଂଚାଉଇବାକୁ କଲ୍ କିମ୍ବା ମେସେଜ କରି ଲୋକଙ୍କଠାରୁ ଲୁଟୁଛନ୍ତି ମୋଟା ଅଙ୍କର ଅର୍ଥରାଶି ।

ବ୍ୟାଙ୍କର ପ୍ରତିନିଧୀ ସାଜି ତିନି ମାସର EMI ଘୁଂଚାଇବାକୁ କଲ୍ କିମ୍ବା ମେସେଜ କରୁଛନ୍ତି । ଏହା ପରେ ଲୋଭନୀୟ କଥା କହି ମୋବାଇଲକୁ ଯାଇଥିବା ଓଟିପି ମାଗୁଛନ୍ତି । ଭୁଲବଶତଃ ଯଦି ଆପଣ ଓଟିପି ଦେଇଦଉଛନ୍ତି । ତେବେ ଆଖିପିଛୁଳାକେ ବ୍ୟାଙ୍କ ଆକାଉଣ୍ଟରୁ ଗାୟବ ହେଇଯାଉଛି ସମସ୍ତ ଟଙ୍କା ।

ଠକ୍ ବ୍ୟାଙ୍କ ଅଧିକାରୀ ଓ EMI ସଂପର୍କିତ କୌଣସି ମେସେଜ କିମ୍ବା କଲ୍ ପ୍ରତି ନିଜ ଗ୍ରାହକଙ୍କୁ ସତର୍କ ରହିବାକୁ ବ୍ୟାଙ୍କଗୁଡିକ ମେସେଜ, ଇ-ମେଲ୍ ଓ ଟୁଇଟ୍ ଜରିଆରେ ସୂଚନା ଦେଇଛନ୍ତି ।

ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଟର୍ମ ଲୋନ୍ ମାମଲାରେ ସମସ୍ତ ବ୍ୟାଙ୍କଗୁଡିକଙ୍କୁ ଗ୍ରାହକଙ୍କ ତିନି ମାସର ଇଏମ୍‌ଆଇକୁ ଘଂଚାଇବାକୁ ଘୋଷଣା କରିଥିଲେ ।

Leave A Reply

Your email address will not be published.