Latest Odisha News

BREAKING NEWS

କରୋନା ଯୋଗୁ ୭ ବର୍ଷ ପରେ ପୁଅକୁ ଫେରି ପାଇଲେ ବାପା-ମାଆ

ପାଟନା: ସବୁ ନକରାତ୍ମକ ଭିତରେ କରୋନା ଭାଇରସ କେତେକ ସକରାତ୍ମକ ଖବର ମଧ୍ୟ ଆଣୁଛି । ଏ ଭଳି ଏକ ଭଲ ଘଟଣା ଘଟିଛି ବିହାରରେ । ଛାପରା ଅଂଚଳର ବାବୁଲାଲ ଦାସଙ୍କ ପୁତ୍ର ଅଜୟ (ବିବେକ ଦାସ) ୭ ବର୍ଷ ତଳେ ହଠାତ ନିଖୋଜ ହୋଇ ଯାଇଥିଲା । ବହୁତ ଖୋଜାଖୋଜି ପରେ ବାବୁଲାଲ ତାଙ୍କ ପୁଅକୁ ପାଇ ନ ଥିଲେ । ମନେ ମନେ ଭାବି ନେଇଥିଲେ ତାଙ୍କ ପୁଅକୁ ସେ ଆଉ ଭେଟି ପାରିବେ ନାହିଁ ।

ତେବେ ନିକଟରେ କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ଉତରପ୍ରଦେଶ ସରକାର କେତେକ କୈଦୀଙ୍କୁ ପାରୋଲରେ ଛାଡିଥିଲେ । ଅଜୟଠାରୁ ଖବର ପାଇଁ ପୋଲିସ ତାଙ୍କୁ ତାଙ୍କ ଗାଁ ଛାଡିବାକୁ ଆସିଥିଲା । ଏଠାରେ ବାପା-ମାଆ ସେମାନଙ୍କ ପୁତ୍ରକୁ ଦୀର୍ଘ ଦିନ ପରେ ଭେଟିପାରିଥିଲେ । ଅଜୟ ଉତରପ୍ରଦେଶରେ ରୋଜଗାର କରିବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ଅପରାଧ କରିଥିଲା । ସେ ଭଳି ଏକ ଘଟଣାରେ ପୋଲିସ ତାଙ୍କୁ ଗିରଫ କରି ଜେଲ ପଠାଇ ଦେଇଥିଲା ।

Leave A Reply

Your email address will not be published.