Latest Odisha News

BREAKING NEWS

୨ ବର୍ଷ ପାଇଁ ବିଧାୟକ ପାଣ୍ଠି ବନ୍ଦ ଲାଗି ପ୍ରସ୍ତାବ ଦେଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର: କରୋନା ଭୂତାଣୁ ସହ ଲଢ଼ୁଛି ସାରା ଦେଶ ଓ ରାଜ୍ୟ । ଏଭଳି ସ୍ଥିତିରେ ଓଡ଼ିଶାର ସବୁ ବିଧାୟକଙ୍କ ହାତ ପାଣ୍ଠି ତଥା ଏମ୍‌ଏଲ୍‌ଏ ଲାଡ ଫଣ୍ଡକୁ ୨ ବର୍ଷ ପାଇଁ ସ୍ଥଗିତ କରିବାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ଲୋକ ପ୍ରତିନିଧି ମାନଙ୍କର ବଡ ଭୂମିକା ରହିଛି । ତେଣୁ ଅତିକମ୍‌ରେ ଏକ ବର୍ଷ ପାଇଁ ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କ ଦରମା ୩୦ ପ୍ରତିଶତ କମ୍ କରାଯାଉ ବୋଲି ସେ ପ୍ରସ୍ତାବ ଦେଇଛନ୍ତି । ରାଜ୍ୟର ବିଭିନ୍ନ ସରକାରୀ ସଂସ୍ଥା ତଥା ବିକାଶ ପରିଷଦର ଓ ରାଜ୍ୟ ସରକାରଙ୍କ ଉଦ୍ୟୋଗଗୁଡିକରେ ସଭାପତି ଅଧ୍ୟକ୍ଷ ଥିବା ରାଜନୈତିକ ବ୍ୟକ୍ତି ବିଶେଷମାନେ ମଧ୍ୟ ୩୦ ପ୍ରତିଶତ କମ୍ ଦରମା ନେବାକୁ ବିରୋଧୀ ଦଳ ନେତା ପ୍ରସ୍ତାବ ଦେଇଛନ୍ତି ।
କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ସାଂସଦମାନଙ୍କ ପାଇଁ ଯେଉଁ ବ୍ୟବସ୍ଥା ଲାଗୁ କରିଛନ୍ତି ଓଡ଼ିଶାରେ ମଧ୍ୟ ଅନୁରୂପ ଭାବେ ସେହି ବ୍ୟବସ୍ଥା ତୁରନ୍ତ ଲାଗୁ କରାଯାଉ ବୋଲି ପ୍ରଦୀପ୍ତ ନାୟକ ଟ୍ୱିଟ୍ କରି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏମଏଲଏ ଲାଡ୍ ଫଣ୍ଡରୁ ଏବଂ ମନ୍ତ୍ରୀ ଓ ବିଧାୟକଙ୍କ ଦରମା କଟିବାରୁ ଯେଉଁ ଅର୍ଥ ଆସିବ, ଏଥିରେ ଏକ ବିଶେଷ ପାଣ୍ଠି ଗଠନ କରି ଏହାକୁ କରୋନାର ମୁକାବିଲା ପାଇଁ ତଥା ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୀର୍ଘମିଆଦି ଯୋଜନା କରି ଖର୍ଚ୍ଚ କରିବା ପାଇଁ ସେ କହିଛନ୍ତି ।

Leave A Reply

Your email address will not be published.