Latest Odisha News

କିଏ ଏହି କାର୍ଲା ସୋଫିଆ? ଓସ୍କାରରେ ପ୍ରଥମ ଟ୍ରାନ୍ସଜେଣ୍ଡର ଅଭିନେତ୍ରୀ…

ନୂଆଦିଲ୍ଲୀ: ଚଳଚ୍ଚିତ୍ର ଜଗତର ସବୁଠାରୁ ବଡ଼ ଓସ୍କାର ପୁରସ୍କାର ପାଇଁ ନୋମିନେସନ ଘୋଷଣା କରାଯାଇଛି । ଚଳିତ ବର୍ଷ ପ୍ରଶଂସକମାନେ ଓସ୍କାର ପାଇଁ ଉତ୍ସାହର ସହ ଅପେକ୍ଷା କରିଥିଲେ । ଏବେ ୨୩ ଜାନୁଆରୀରେ ନାମାଙ୍କନ ଘୋଷଣା ହୋଇଛି । ଏଥିରେ ପ୍ରଥମ ଟ୍ରାନ୍ସ ଜେଣ୍ଡର ଅଭିନେତ୍ରୀ ଭାବେ ନୋମିନେଟ ହୋଇଛନ୍ତି କାର୍ଲା ସୋଫିଆ ଗାସକନ୍ । ତାଙ୍କର ସିନେମା ‘ଏମିଲିଆ ପେରେଜ୍’ ପାଇଁ ଓସ୍କାରରେ ଶ୍ରେଷ୍ଠ ଅଭିନେତ୍ରୀ ରେସରେ ରହିଛନ୍ତି କାର୍ଲା । ଏମିତି କରିବାରେ ଇତିହାସ ରଚିଛନ୍ତି କାର୍ଲା । ବନିଯାଇଛନ୍ତି ପ୍ରଥମ ଟ୍ରାନ୍ସଜେଣ୍ଡର ଆକ୍ଟର, ଯାହାଙ୍କ ନାଁ ଓସ୍କାର ନୋମିନେସନରେ ସ୍ଥାନ ପାଇଛି ।

କାର୍ଲା ସୋଫିଆ ଗାସକନ୍, ଜଣେ ସ୍ପାନିଶ ଅଭିନେତ୍ରୀ ଅଟନ୍ତି । ସିନେମା ‘ଏମିଲିଆ ପେରେଜ୍’ରେ ତାଙ୍କର ନିଖୁଣ ଅଭିନୟ ପାଇଁ ତାଙ୍କୁ ବେଶ୍ ପ୍ରଶଂସା ମିଳିଛି । ଆଉ କାନ୍ସ ଫିଲ୍ମ ଫେଷ୍ଟିଭାଲରେ, ତାଙ୍କୁ ‘ଏମିଲିଆ ପେରେଜ୍’ ସିନେମା ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କାର ମଧ୍ୟ ମିଳିସାରିଛି । ଆଉ ଗୋଲଡେନ୍ ଗ୍ଲୋବ୍ ଆଓ୍ବାର୍ଡ ୨୦୨୪ ପାଇଁ ମଧ୍ୟ ମନୋନୀତ ହୋଇଥିଲେ କାର୍ଲା । ଆଉ ଏବେ ଓସ୍କାରରେ ତାଙ୍କ ଜଲଓ୍ବା ରହୁଛି କି ନାହିଁ, ତାହା ୩ ମାର୍ଚ୍ଚରେ ଜଣାପଡିବ ।

କେମିତି ଆରମ୍ଭ ହୋଇଥିଲା କାର୍ଲାଙ୍କ ଯାତ୍ରା?

୧୯୭୨ ମସିହା ୩୧ ମାର୍ଚ୍ଚରେ ଜନ୍ମ ଗ୍ରହଣ କରିଥିଲେ କାର୍ଲା । ୧୬ ବର୍ଷ ବୟସରୁ ହିଁ, ଅଭିନେତ୍ରୀ ହେବା ପାଇଁ ଇଚ୍ଛା କରିଥିଲେ କାର୍ଲା । ଏହାପରେ ମୈଡ୍ରିଡରୁ ନିଜର ଅଭିନୟ ଡିଗ୍ରି ଗ୍ରହଣ କରିଥିଲେ । ଆଉ ଏହାପରେ ଲଣ୍ଡନରେ ଶୋଜ୍ କରିଥିଲେ କାର୍ଲା । ଏହାପରେ ସେ ୨୦୦୦ ମସିହାରେ, ସ୍ପେନିଶ ଧାରାବାହିକାରେ ନଜର ଆସିଥିଲେ । ଅନେକ ଆମେରିକା ସିନେମାରେ ମଧ୍ୟ କାମ କରିଛନ୍ତି କାର୍ଲା । ଆଉ ତାଙ୍କ ସିନେମା ଯାତ୍ରାର ପିକ୍ ପଏଣ୍ଟ ସେଠୁ, ଆରମ୍ଭ ହୋଇଥିଲା, ଯେତେବେଳେ ,କମିକ୍ ଫିଲ୍ମ ‘ଦ ନେବେଲ ଫ୍ୟାମିଲି’ରେ ତାଙ୍କ ଅଭିନୟ ପାଇଁ ତାଙ୍କୁ ବେଶ୍ ପ୍ରଶଂସା ମିଳିଥିଲା । ଏହାପରେ ୨୦୧୪ ଆସିଥିବା ସିନେମା ‘ଏଲ ସେନ୍ୟୋର ଡେ ସିଏଲୋସ’ ମଧ୍ୟ ତାଙ୍କ କାମକୁ ସମସ୍ତେ ପ୍ରଶଂସା କରିଥିଲେ ।

ତେବେ ୨୦୧୮ରେ କାର୍ଲା ଲିଙ୍ଗ ପରିବର୍ତ୍ତନ ପାଇଁ ଘୋଷଣା କରିଥିଲେ । ଯାହାକୁ ନେଇ ସିଏ ତାଙ୍କ ପୁସ୍ତକ, କରସିଆ: ଆନ୍ ଏକ୍ସଟ୍ରାଅଡିନାରୀ ଷ୍ଟୋରୀରେ ତାଙ୍କର ଲିଙ୍ଗ ପରିବର୍ତ୍ତନର ସମସ୍ତ କଥା ସେ ଉଲ୍ଲେଖ କରିଛନ୍ତି । ତେବେ ଅଭିନେତ୍ରୀ ଜଣଙ୍କ ବିବାହ ମଧ୍ୟ କରିଛନ୍ତି । ୨୦୧୧ରେ ତାଙ୍କର ଏକ ଝିଅ ମଧ୍ୟ ହୋଇଛି । ଯାହାକୁ ଏବେ ୧୪ ବର୍ଷ ।

କିନ୍ତୁ ସିନେମା ‘ଏମିଲିଆ ପେରେଜ୍’ ତାଙ୍କୁ ଏକ ନୂଆ ପରିଚୟ ଦେଇଛି । ପୂରା ବିଶ୍ବରେ ତାଙ୍କୁ ଏକ ଅଭିନେତ୍ରୀ ଫେମ୍ ଦେଇଛି ।

Comments are closed.