Latest Odisha News

BREAKING NEWS

ବିଶିଷ୍ଟ ଓଡିଆ ନ୍ୟୁରୋସର୍ଜନ ସନାତନ ରଥଙ୍କ ଦେହାନ୍ତ

କଟକ: ଦୀର୍ଘ ଦିନର ଅସୁସ୍ଥତା ପରେ ବିଶିଷ୍ଟ ଓଡିଆ ନ୍ୟୁରୋସର୍ଜନ ପ୍ରଫେସର ସନାତନ ରଥ ମଙ୍ଗଳବାର ଦିନ କଟକସ୍ଥିତ କନିକା ଠାକୁର ନିକଟସ୍ଥ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲେ।

ସୂଚନାଯୋଗ୍ୟ, ୧୯୩୪ ମସିହା ଜୁନ୍ ୨୫ ତାରିଖରେ ଜନ୍ମ ଗ୍ରହଣ କରିଥିବା ଡ. ରଥ ୧୯୫୭ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏମବିବିଏସ କରିଥିଲେ । ପରେ୧୯୬୨ ମସିହାରେ ପାଟନା ଠାରୁ ଏମଏସ (ସର୍ଜରୀ) ଏବଂ ୧୯୬୫ ମସିହାରେ ଭେଲୋର ମେଡିକାଲ କଲେଜରୁ ନ୍ୟୁରୋସର୍ଜରୀରେ ସ୍ନାତକୋତ୍ତର ସମାପ୍ତ କରିଥିଲେ। ପରେ ସେ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ନ୍ୟୁରୋ ସର୍ଜରୀର ସହକାରୀ ପ୍ରଫେସର ଭାବରେ ଯୋଗ ଦେଇଥିଲେ।

ଏହାବ୍ୟତିତ ମେ ୧୯୬୫ରେ କଟକ ଏବଂ ୧୯୬୮ ମସିହା ଜାନୁୟାରୀରୁ ୧୯୭୦ ମସିହା ମେ ମାସ ପର୍ଯ୍ୟନ୍ତ ସହଯୋଗୀ ପ୍ରଫେସର ଭାବରେ କାର୍ଯ୍ୟ କରିଥିଲେ। ପରେ ମେ ୧୯୭୦ରେ ତାଙ୍କୁ ସ୍ନାୟୁ ସର୍ଜରୀ ବିଭାଗର ପ୍ରଫେସର ତଥା ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଥିଲା।

୧୯୯୧ ମସିହାରେ ରାଜ୍ୟ ସରକାର ଶ୍ରୀ ରଥଙ୍କୁ ଡାକ୍ତରୀ ଶିକ୍ଷା ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଥିଲେ।

ଅବସର ପରେ ସେ କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ କ୍ଲିନିକାଲ୍ ସର୍ଭିସେସ୍ ନିର୍ଦ୍ଦେଶକ ତଥା ବରିଷ୍ଠ ପରାମର୍ଶଦାତା ନ୍ୟୁରୋସର୍ଜନ ଭାବରେ କାମ କରୁଥିଲେ।

Leave A Reply

Your email address will not be published.