Latest Odisha News

BREAKING NEWS

ଦିନ କେଇଟା ପରେ ହୋଇଥାଆନ୍ତା ବାହାଘର; କରୋନା ନେଇଗଲା ଜୀବନ !

ବାରିପଦା: କରୋନା ଆକ୍ରାନ୍ତ ଯୋଗୁଁ ମୟୂରଭଞ୍ଜ ଜିଲ୍ଲାର ଜଣେ ଓଡ଼ିଆ ପ୍ରବାସୀଙ୍କର ହରିୟାଣାରେ ମୃତ୍ୟୁ ହୋଇଛି ।

ମୃତକ ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଡିହିରକୁଲା ଗ୍ରାମର ସୁଶାନ୍ତ ।

ଅଧିକ ପଢନ୍ତୁ – ଓଡିଶାରେ ଆଉ ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ୍ ସଂଖ୍ୟା ୩ ହଜାର ଟପିଲା

ମିଳିଥିବା ସୂଚନାନୁଯାୟୀ, ସୁଶାନ୍ତ ହରିୟାଣାକୁ କାମ ଅନ୍ୱେଷଣରେ ଯାଇ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ । ତାଙ୍କର ବିବାହ ଏକପ୍ରକାର ଠିକ୍ ହୋଇଯାଇଥିଲା, ଆଉ କିଛି ଦିନପରେ ତାଙ୍କର ବିବାହ ଅନୁଷ୍ଠିତ ହୋଇଥାଆନ୍ତା ।

ସାରା ଦେଶରେ ଲକ୍‌ଡ଼ାଉନ୍ ପରିସ୍ଥିତି ଯୋଗୁଁ ସେ ଘରକୁ ଫେରି ପାରିନଥିଲେ ।

ଆଠଦିନ ପୂର୍ବରୁ ସୁଶାନ୍ତ ଅସୁସ୍ଥ ଅନୁଭବ କରି ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ସୋମବାର ଦିନ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ପରେ ତାଙ୍କର ସ୍ୱାବ ନମୂନା ପରୀକ୍ଷା ହେବା ପରେ ସେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା ।

Leave A Reply

Your email address will not be published.