Latest Odisha News

BREAKING NEWS

ଦକ୍ଷିଣ କୋରିଆ ଆମର ଶତ୍ରୁ ଦେଶ : ଉତର କୋରିଆ

ସିଓଲ: ଦକ୍ଷିଣ କୋରିଆ ଆମର ଶତ୍ରୁ ଦେଶ । ଏହା ସହିତ ସମସ୍ତ ପ୍ରକାର ସମ୍ପର୍କ ଚ୍ଛିନ୍ନ କରୁଛି ବୋଲି ମଙ୍ଗଳବାର ଉତରକୋରିଆ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏପରି କି ଦକ୍ଷିଣ କୋରିଆ ସହ ସମସ୍ତ ହଟଲାଇନ କମ୍ୟୁନିକେଶନ ମଧ୍ୟ ବନ୍ଦ କରାଯାଇଛି । ଦକ୍ଷିଣ କୋରିଆ ପକ୍ଷରୁ ଉତର କୋରିଆ ଅଫିସରଙ୍କୁ କାରଣ ସମ୍ପର୍କରେ ଜାଣିବା ପାଇଁ ଫୋନ କରାଯାଇଥିଲା । ମାତ୍ର ଯୋଗାଯୋଗ ସମ୍ଭବ ହୋଇପାରି ନ ଥିଲା ।

ଏପରି କି ରକ୍ଷା ମନ୍ତ୍ରଣାଳୟ ଉତରକୋରିଆ ମିଲିଟ୍ରି ହଟଲାଇନ୍ସକୁ କଲ କରିଥିଲେ ମଧ୍ୟ କୌଣସି ଉତର ମିଳି ନ ଥିଲା ବୋଲି ଦକ୍ଷିଣ କୋରିଆ ପକ୍ଷରୁ କୁହାଯାଇଛି । ଏଥର ଶତ୍ରୁ ଦେଶ ଭଳି ବ୍ୟବହାର କରାଯିବ ବୋଲି କିମ୍ ଜୋଙ୍ଗ ଉନ ଶାସିତ ଉତରକୋରିଆ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.