Latest Odisha News

BREAKING NEWS

ପିଲାଙ୍କ ଅନ୍‌ଲାଇନ କ୍ଲାସ ସପକ୍ଷରେ ନାହାନ୍ତି ପ୍ରଖ୍ୟାତ ବୈଜ୍ଞାନିକ ପ୍ରଫେସର୍‌ ସିଏନ୍‌ଆର୍ ରାଓ

ଭୁବନେଶ୍ୱର: କରୋନା ଭାଇରସ ଜନିତ ଲକ୍‌ଡାଉନରେ ବିଭିନ୍ନ ସ୍କୁଲ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ଲାଗୁ କରାଯାଇଥିବା ଅନ୍‌ଲାଇନ କ୍ଲାସ ସପକ୍ଷରେ ନାହାନ୍ତି ପ୍ରଖ୍ୟାତ ବୈଜ୍ଞାନିକ ପ୍ରଫେସର୍‌ ସିଏନ୍‌ଆର୍ ରାଓ ।

BjdElectrycity

ପିଲାଙ୍କ ସହ ଭାବାନପ୍ରଦାନ କରିବା ହେତୁ ଜଣେ ମନୁଷ୍ୟର ଶାରୀରିକ ଉପସ୍ଥିତି ଯେ ନିହାତି ଜରୁରୀ ଏବଂ ଯାହା ଦ୍ୱାରା ଯୁବ ମନକୁ ପ୍ରେରିତ କରାଯାଇପାରେ, ତେଣୁ ଅନ୍‌ଲାଇନ ଶିକ୍ଷାଦାନ ନିମନ୍ତେ ସେ ଏତେ ଆଗ୍ରହୀ ନଥିବା କଥା ପିଟିଆଇକୁ ଜଣାଇଛନ୍ତି ।

ଶ୍ରେଣୀ କେଜି, ପ୍ରଥମ, ଦ୍ୱିତୀୟର ଅନ୍‌ଲାଇନ କ୍ଲାସ ନ କରିବାକୁ ଲିନୁସ ପାଉଲିଙ୍ଗ ରିସର୍ଚ୍ଚ ପ୍ରୋଫେସର ମତବ୍ୟକ୍ତ କରିଛନ୍ତି ।

ଅନ୍ୟ ବିଷୟ ଉପରେ ନିିଜ ମତ ରଖିବାକୁ ଯାଇ, କରୋନା ମହାମାରୀ ଯୋଗୁ ଉପୁଜିଥିବା ପ୍ରବାସୀ ଶ୍ରମିକଙ୍କ ଅସୁବିଧା ର ମୁକାବିଲା ପାଇଁ ଦେଶର ପୂର୍ବ ପ୍ରସ୍ତୁତି ରେ ଯେ ଆହୁରି ସୁଧାରର ଆବଶ୍ୟକତା ତଥା ମାନବୀୟ ଚିନ୍ତା ଓ ସହାନୁଭୂତି ର ଆବଶ୍ୟକତା ଥିବା କଥା ସେ ଟିପ୍ପଣୀ କରିଛନ୍ତି ।

Leave A Reply

Your email address will not be published.