Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ମନ୍ଦିର ସ୍ନାନଯାତ୍ରା ଲାଗି ନିମନ୍ତ୍ରିତ ହେଲେ ପୁରୀ ଶଙ୍କରାଚାର୍ଯ୍ୟ

ପୁରୀ: ଆସନ୍ତା ଜୁନ ୫ ତାରିଖରେ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜୀଉମାନଙ୍କ ପବିତ୍ର ସ୍ନାନଯାତ୍ରା ଉପଲକ୍ଷେ ‘ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ’ (ଏସଜେଟିଏ) ସୋମବାର ଦିନ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ନିମନ୍ତ୍ରଣ କରିଛି ।

ଗଣମାଧ୍ୟମକୁ ସୂଚନାଦେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର କହିଛନ୍ତି, ଆଗାମୀ ପଞ୍ଚକ ଏକାଦଶୀ ଏବଂ ସ୍ନାନଯାତ୍ରା ଲାଗି ପ୍ରଶାସନ ପକ୍ଷରୁ ଜଗତଗୁରୁଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

“ଜଗତଗୁରୁଙ୍କ ପରାମର୍ଶ କ୍ରମେ ଏହି ଯାତ୍ରା ଅନୁଷ୍ଠିତ ହେବ ଏବଂ ଆମେ ମଧ୍ୟ ଶ୍ରୀଜୀଉମାନଙ୍କ ଏହି ଦୁଇଟି ପବିତ୍ର ଉତ୍ସବ ଲାଗି ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରିଛୁ,” ଏହା କହିଛନ୍ତି ଶ୍ରୀ କୁମାର ।

Leave A Reply

Your email address will not be published.