Latest Odisha News

ଜୀବନବ୍ୟାପୀ ସାହିତ୍ୟ ସାଧନା ପାଇଁ ଦେବ୍ରାଜ ଲେଙ୍କା ପାଇବେ ‘ତପସ୍ୟା ଶାଶ୍ୱତ ପୁରସ୍କାର’

ତପସ୍ୟା ଫାଉଣ୍ଡେସନର ସାହିତ୍ୟ ପୁରସ୍କାର ଘୋଷଣା

ଭୁବନେଶ୍ଵର : ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାର ନୀରବଛିନ୍ନ ଭାବରେ କାର୍ଯ୍ୟକରୁଥିବା ତପସ୍ୟା ଫାଉଣ୍ଡେସନ ପକ୍ଷରୁ ୨୦୨୨ ମସିହା ପାଇଁ ଓଡ଼ିଆ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି । ବର୍ଷିୟାନ ସାହିତ୍ୟିକ ଦେବ୍ରାଜ ଲେଙ୍କାଙ୍କୁ ‘ତପସ୍ୟା ଶାଶ୍ୱତ ପୁରସ୍କାର-୨୦୨୨, ନିଗମାନନ୍ଦ ଷଡ଼ଙ୍ଗୀ ଓ ରଞ୍ଜନା ପାଢ଼ୀଙ୍କୁ ଯୁଗ୍ମ ଭାବେ ‘ତପସ୍ୟା ସୃଳନ ପୁରସ୍କାର-୨୦୨୨’, ଏବଂ ତରୁଣ ଲେଖକ ଯୀଶୁ କ୍ରିଷ୍ଣ ଦାସଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର-୨୦୨୨ ’ରେ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଛି । ଏହି ପୁରସ୍କାର ବାବଦରେ ଯଥାକ୍ରମେ ୫୦ ହଜାର, ୩୦ ହଜାର ଏବଂ ୨୦ ହଜାର ଟଙ୍କା, ମାନଫଳକ ଏବଂ ଉପାୟନ ପ୍ରଦାନ କରାଯିବ ବୋଲି ତପସ୍ୟା ଫାଉଣ୍ଡେସନର ଟ୍ରଷ୍ଟି ଜୁଲି ମିଶ୍ର ସୂଚନା ପ୍ରଦାନ କରିଛନ୍ତି।

ସେହିପରି ଚଳିତ ବର୍ଷଠାରୁ ନୂତନ ଭାବେ ତପସ୍ୟା ଫାଉଣ୍ଡେସନ ଫେଲୋସିପ୍ ପ୍ରଦାନ କରାଯିବ। ଏହି ପରିପ୍ରେକ୍ଷୀରେ ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ରଙ୍କୁ ପ୍ରଥମ ଫେଲୋସିପ୍ ପ୍ରଦାନ କରାଯିବ। ‘ଭାରତୀୟ ଭକ୍ତି କବିତା’ ଶୀର୍ଷକ ପ୍ରକଳ୍ପରେ ସେ ଗବେଷଣା କରିବେ । ଫେଲୋସିପ୍ ବାବଦରେ ତାଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ ଏବଂ ଫାଉଣ୍ଡେସନ ଅର୍ଥରେ ଏହି ପ୍ରକଳ୍ପର ପୁସ୍ତକ ପ୍ରକାଶ କରାଯିବ ବୋଲି ଶ୍ରୀମତୀ ମିଶ୍ର ପ୍ରକାଶ କରିବା ସହିତ ପୁରସ୍କୃତ ହେବାକୁ ଥିବା ଲେଖକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ସୂଚନାଯୋଗ୍ୟ ଯେ ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ଥିବା ତିନି ପୀଢ଼ିର ସାହିତ୍ୟିକଙ୍କୁ ଉତ୍ସାହିତ କରିବା ପାଇଁ ୨୦୧୮ ମସିହାରୁ ତପସ୍ୟା ଫାଉଣ୍ଡେସନ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି ।

Comments are closed.