Latest Odisha News

BREAKING NEWS

ଓଡ଼ିଆ ଉତ୍କର୍ଷ କେନ୍ଦ୍ରରେ ପ୍ରତିଭା ରାୟଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ବିଶିଷ୍ଟ ଲେଖିକା ପ୍ରତିଭା ରାୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରରେ ସମ୍ବର୍ଦ୍ଧିତ କରାଯାଇଛି। ନିକଟରେ ସମ୍ମାନଜନକ ବିଶ୍ବମ୍ବର ଡକ୍ଟର ସିଂ. ନାରାୟଣ ରେଡି ଜାତୀୟ ସାହିତ୍ୟ ପୁରସ୍କାରରେ ପୁରସ୍କୃତ ହେବା ଅବସରରେ ଶ୍ରୀମତୀ ରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ଏହି ଅବସରରେ କେନ୍ଦ୍ରର ନିର୍ଦ୍ଦେଶକ ବସନ୍ତ କୁମାର ପଣ୍ଡାଙ୍କ ସହ ଦେବାଶିଷ ମହାପାତ୍ର, ଅମ୍ବରୀଶ ଶତପଥୀ, ଗୋବିନ୍ଦ ଚନ୍ଦ୍ର ପେଣ୍ଠୋଇ, ମନସା ଶ୍ରୀଚନ୍ଦନ ରାୟ , ମିତାଲି ମଧୁସ୍ମିତା ମହାନ୍ତି, ହିମାଦ୍ରୀ ତନୟା ମିଶ୍ର ଏବଂ ଜ୍ୟୋତିପ୍ରଭା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.