Latest Odisha News

ସେବାୟତ ଖସି ପଡିବା ଘଟଣା: ‘ଶ୍ୱେତପତ୍ର ଜାରି କରନ୍ତୁ ସରକାର’

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିରରେ ମହାଦୀପ ସହ ସେବାୟତ ଖସି ପଡ଼ିବା ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ଏହି ଅଘଟଣ ପାଇଁ ସେ ସରକାରଙ୍କୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି । ଆହତ ସେବାୟତଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି ପିସିସି ସଭାପତି ଦାୟୀ କରିଛନ୍ତି । ସରକାର କାହିଁକି ଯତ୍ନବାନ ହେଲେ ନାହିଁ । କାହିଁକି ଅବହେଳା କଲେ ସରକାର ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେ ଆହୁରି କହିଛନ୍ତି ରାଜ୍ୟରେ ଗୋଟେ ପରେ ଗୋଟେ ଅଘଟଣ ଘଟିଚାଲିଛି । ପ୍ରଥମେ ରଥଯାତ୍ରା ସମୟରେ ବଡ ଠାକୁର ରଥରୁ ପଡିଗଲେ ଆଉ ଏବେ ଶିବରାତ୍ରୀ ସମୟରେ ମହାଦୀପ ତଳେ ପଡିଗଲା, ସେବାୟତ ଆହତ ହେଲେ । କେଉଁ ଅଭାବରୁ ଏପରି ଅଘଟଣ ଘଟିଲା? ଏସବୁ ଘଟଣାରେ ସରକାର ଶ୍ୱେତପତ୍ର ଜାରି କରନ୍ତୁ ବୋଲି ଦାବି କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।

ଓଡ଼ିଶା ଲୋକଙ୍କ ଭାବାବେଗ ସହ ଜଡ଼ିତ ଏହି ଘଟଣା । ସରକାର ଏପରି ଚୁପ୍ ହୋଇ ବସିଗଲେ ଚଳିବ ନାହିଁ । ମୁଖ୍ୟମନ୍ତ୍ରୀ ଏସବୁର ସମୀକ୍ଷା କଲେ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

Comments are closed.