Latest Odisha News

BREAKING NEWS

୬ମାସ ପୂର୍ବରୁ ସ୍ବାମୀଙ୍କ ଠାରୁ ଅଲଗା ହେବା ପାଇଁ ଡିଭୋର୍ସ ଫାଇଲ କରିଥିଲେ ସୁନୀତା…..

ମୁମ୍ବାଇ: ଏବେ ପୁଣି ଆଉ ଜଣେ ବଲିଉଡର ଚର୍ଚ୍ଚିତ ଯୋଡିଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା । କାଳେ ବିବାହର ୩୭ ବର୍ଷ ପରେ ଏବେ ପରସ୍ପର ଠାରୁ ଅଲଗା ହେବାକୁ ଚାହୁଁଛନ୍ତି, ହିରୋ ନମ୍ବର ଓ୍ବାନ୍ ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନୀତା । ସେମାନଙ୍କ ବିବାହ ବିଚ୍ଛେଦ ନେଇ ଏବେ ସୋସିଆଲ ମିଡିଆ ପୂରା ଭର୍ତ୍ତି ହୋଇଯାଇଛି । ଯାହାକୁ ନେଇ ଏବେ ବଡ ବୟାନ ଦେଇଛନ୍ତି ସୁନୀତାଙ୍କ ଓକିଲ । ପରସ୍ପର ଭିତରେ ମନମାଳିନ ଯୋଗୁଁ କାଳେ ୬ ମାସ ପୂର୍ବରୁ ସୁନୀତା ତାଙ୍କ ସ୍ବାମୀ ଗୋବିନ୍ଦାଙ୍କ ଠାରୁ ଅଲଗା ହେବା ପାଇଁ ଛାଡପତ୍ର ଆବେଦନ କରିଥିଲେ ।

ବିବାହ ବିଚ୍ଛେଦ ନେଇ ଗୁଜବ ଖେଳିବା ପରେ ଏନେଇ ସୁନୀତାଙ୍କ ଓକିଲ ଲଲିତ ବିନ୍ଦଲ ଏନେଇ ମୁହଁ ଖୋଲିଛନ୍ତି । ଦମ୍ପତିଙ୍କ ଓକିଲ ଲଳିତ ବିନ୍ଦଲ ନିଶ୍ଚିତ କରିଛନ୍ତି ଯେ, ସୁନୀତା ଛଅ ମାସ ପୂର୍ବରୁ ଛାଡପତ୍ର ପାଇଁ ଆବେଦନ କରିଥିଲେ, କିନ୍ତୁ ଏବେ ଉଭୟେ ପୁନର୍ବାର ଏକାଠି ହୋଇଯାଇଛନ୍ତି ।  ଆଉ ବର୍ତ୍ତମାନ ସେମାନଙ୍କର ୩୭ ବର୍ଷର ବୈବାହିକ ଜୀବନ ଏବେବି ମଜଭୂତ ହୋଇ ଚାଲିଛି ।

ତେବେ ଇଣ୍ଡିଆ ଟୁଡେକୁ ଦେଇଥିବା ଏହି ସାକ୍ଷାତକାରରେ ସେ କହିଛନ୍ତି,  ସୁନୀତା ୬ ମାସ ପୂର୍ବରୁ ଛାଡପତ୍ର ପାଇଁ ଆବେଦନ କରିଥିଲେ । ହେଲେ ଏବେ ଦମ୍ପତି ସେମାନଙ୍କ ସମସ୍ୟାର ସମାଧାନ କରି ଏକାଠି ଅଛନ୍ତି । ସେମାନେ ନୂଆବର୍ଷ ଏକାଠି ପାଳନ କରିବା ପାଇଁ ନେପାଳ ମଧ୍ୟ ଯାଇଥିଲେ । ଯେଉଁଠାରେ ସେମାନେ ପଶୁପତିନାଥ ମନ୍ଦିରରେ ପୂଜା କରିଥିଲେ। ଏବେ ସେମାନଙ୍କ ମଧ୍ୟରେ ସବୁକିଛି ଠିକ୍ ଅଛି । ଦମ୍ପତିଙ୍କ ମଧ୍ୟରେ ଏପରି ଘଟଣା ଘଟେ, କିନ୍ତୁ ସେମାନେ ଏବେ ଷ୍ଟ୍ରଙ୍ଗ ଅଛନ୍ତି  ଏବଂ ସର୍ବଦା ଏକାଠି ରହିବେ ।

ଅନ୍ୟପଟେ, ପୂର୍ବରୁ ଗୋବିନ୍ଦାଙ୍କ ଭଣଜା କୃଷ୍ଣ ଅଭିଷେକ ମଧ୍ୟ, ଏହା ସମ୍ଭବ ନୁହେଁ, ସେମାନେ କେବେ ଏହା କରିବେ ହିଁ ନାହିଁ ବୋଲି କହି, ଏହାକୁ ମିଛ ପ୍ରଚାର ବୋଲି କହିଥିଲେ । ଏଥିସହିତ ଗୋବିନ୍ଦାଙ୍କ ଭାଣିଜୀ ଆରତୀ ସିଂହ ମଧ୍ୟ ଏକ ସାକ୍ଷାତକାରରେ ଏହାକୁ ଗୁଜବ କହି,  ଲୋକମାନେ ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଭୁଲ ସୂଚନା ପ୍ରସାର କରିବା ବନ୍ଦ କରିବା ଉଚିତ ବୋଲି କହିଥିଲେ । ଅନ୍ୟପଟେ ନିଜେ ଗୋବିନ୍ଦା ମଧ୍ୟ ଏହି ଗୁଜବକୁ କେବଳ ବ୍ୟବସାୟ ବୋଲି ଆଖ୍ୟା କରିଛନ୍ତି ।  ଯାହା ଛାଡପତ୍ର କଥାକୁ ସଂପୂଣ୍ଣ ମିଥ୍ୟା ବୋଲି ପ୍ରକାଶ କରିଛି ।

ତେବେ ଗୋବିନ୍ଦା ଏବଂ ସୁନୀତା ଆହୁଜା ମାର୍ଚ୍ଚ ୧୯୮୭ ମସିହାରେ ବିବାହ କରିଥିଲେ । ହେଲେ ପୂର୍ବରୁ ଏହା ବିଷୟରେ ସେମାନେ ଘୋଷଣା କରିନଥିଲେ । ପରେ ୧୯୮୮ ରେ ସେମାନଙ୍କ ଝିଅ ଟିନା ହେବା ପରେ, ଦମ୍ପତି ସେମାନଙ୍କ ବିବାହ ଘୋଷଣା କରିଥିଲେ । ପରେ, ୧୯୯୭ରେ ସେମାନଙ୍କର ଏକ ପୁଅ ଯଶବର୍ଦ୍ଧନ ମଧ୍ୟ ଜନ୍ମ ହୋଇଥିଲା ।

Comments are closed.