Latest Odisha News

BREAKING NEWS

କଲ୍ୟାଣ ମଣ୍ଡପରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଇନ୍‌ଫୋସିଟି ଥାନା ଅଞ୍ଚଳର ଏକ କଲ୍ୟାଣ ମଣ୍ଡପ ରୁମ୍‌ ଭିତରୁ ଜଣେ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକଙ୍କ ନାମ ପ୍ରକାଶ ବଳ । ଘର ଯାଜପୁର ଅଞ୍ଚଳରେ ବୋଲି ଜଣାପଡିଛି । ସେ ୫ବର୍ଷ ହେବ ସଂପୃକ୍ତ ମଣ୍ଡପରେ କାମ କରି ଆସୁଥିଲେ ।

ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ଏହା ହତ୍ୟା କିଛି ସ୍ପଷ୍ଟ ହୋଇନି । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଇନନଫୋସିଟି ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଖୋଳତାଡ କରିଛନ୍ତି ।

ଯଦି ପ୍ରକାଶ ଆତ୍ମହତ୍ୟା କରିଛନ୍ତି ତେବେ କାରଣ କଣ ହୋଇପାରେ ? ଯଦି ହତ୍ୟା କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ? ଏସବୁ ପ୍ରଶ୍ନର ଉତ୍ତର ଖୋଜି ବାହାର କରିବ ଇନଫୋସିଟି ଥାନା ପୋଲିସ ।

Leave A Reply

Your email address will not be published.