Latest Odisha News

BREAKING NEWS

କାବୁଲରେ ଡ୍ରୋନ୍ ହମଲାର ଭୁଲ୍ ପାଇଁ କ୍ଷମା ମାଗିଲା ଆମେରିକା

ଓ୍ୱାଶିଂଟନ୍: କାବଲରେ ଆଇଏସଆଇଏସ୍-କେ ଆତଙ୍କବାଦୀଙ୍କ ଉପରେ ଡ୍ରୋନ୍ ହମଲା ବେଳେ ଭୁଲ୍ କରିଥିଲା ଆମେରିକା । ଗତମାସ ୨୯ ତାରିଖରେ ଏହି ଆକ୍ରମଣ ହୋଇଥିଲା । ଯେଉଁଥିରେ ୭ ଜଣ ପିଲାଙ୍କ ସମେତ ୧୦ ଜଣ ସାଧାରଣ ନାଗରିକଙ୍କ ଜୀବନ ଯାଇଥିଲା । ଏଥିପାଇଁ ଭୁଲ୍ ମାଗିଛି ଆମେରିକା । ଏଭଳି ଦୁଃଖଦ ଘଟଣା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ଆମେରିକାର ବରିଷ୍ଠ ସେନା ଅଧିକାରୀ ଜେନେରାଲ୍‌ ଫ୍ରାଙ୍କ ମ୍ୟାକ୍ କେନଜି ।

ସେ କହିଛନ୍ତି, ସେଦିନର ଆକ୍ରମଣ ଗୋଟିଏ ମସ୍ତବଡ଼ ଭୁଲ୍‌ । ଗୁଇନ୍ଦା ରିପୋର୍ଟକୁ ଆଧାର କରି ଆତଙ୍କବାଦୀମାନେ ବ୍ୟବହାର କରୁଥିବା ଧଳା ଟୋୟୋଟା କୋରୋଲା କାର୍‌ ଉପରେ ଆମେରିକୀୟ ସେନା ସ୍ୱତନ୍ତ୍ର ଦୃଷ୍ଟି ରଖିଥିଲା । କାର୍‌ ଗତିବିଧିକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିଲା । କିନ୍ତୁ ସେହି ଧଳା ଟୋୟୋଟା କୋରୋଲା ସମ୍ପର୍କରେ ଆମେରିକା ଗୁଇନ୍ଦା ଦେଇଥିବା ରିପୋର୍ଟ ଭୁଲ୍‌ ବୋଲି ସ୍ପଷ୍ଟ ହୋଇଯାଇଛି ।

ସେହିପରି ଆମେରିକାର ପ୍ରତିରକ୍ଷା ସଚିବ ଲିୟଡ୍‌ ଅଷ୍ଟିନ୍‌ ନିହତଙ୍କ ପରିବାରକୁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି, ଏଭଳି ଭୟାବହ ଭୁଲ୍‌ରୁ ଆମେ ଶିକ୍ଷା ଲାଭ କରିବାକୁ ‌ଚେଷ୍ଟା କରିବୁ । ନିହତମାନଙ୍କ ପରିବାରବର୍ଗଙ୍କୁ କିଭଳି କ୍ଷତିପୂରଣ ଦେଇ ହେବ, ସେକଥା ସରକାର ବିଚାର କରୁଛନ୍ତି ।

କାବୁଲ ଏୟାରପୋର୍ଟ ବାହାରି ଆଇଏସଆଇଏସ୍-କେ ଆତଙ୍କବାଦୀ ଆତ୍ମଘାତୀ ବିସ୍ଫୋରଣ କରିଥିଲେ । ଏଥିରେ ୧୦ ଜଣ ସେନା କର୍ମଚାରୀଙ୍କ ସମେତ ଶହେରୁ ଅଧିକ ମୃତ୍ୟୁବରଣ କରିଥିଲା । ଏହାପରେ ଡ୍ରୋନ୍ ଷ୍ଟ୍ରାଇକ୍ କରିଥିଲା ଆମେରିକା ସେନା । ଯେଉଁଥିରେ ୧୦ ଜଣ ସାଧାରଣ ନାଗରିକଙ୍କ ଜୀବନ ଯାଇଥିଲା ।

Leave A Reply

Your email address will not be published.