ଆତ୍ମାହୁତି ଉଦ୍ୟମ ପରେ ଆଖି ବୁଝିଲେ କର୍ମଚାରୀ

3 People Killed In Elephant Attack Bargarh

ସମ୍ବଲପୁର : ଆତ୍ମାହୁତି ଉଦ୍ୟମ କରିଥିବା ସମ୍ବଲପୁର ବିଶ୍ବବିଦ୍ୟାଳୟର ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ କଟକ ନେବା ସମୟରେ ଅଧରାସ୍ତାରେ ଠିକା କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ମୃତ୍ୟୁ ହୋଇଛି । ନିଜ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମାହୁତି ଉଦ୍ୟମ କରିଥିଲେ ଦୀନବନ୍ଧୁ । ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ଦୀନବନ୍ଧୁଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଅଧାବାଟରେ ସେ ଆଖି ବୁଝିଛନ୍ତି ।

ସୂଚନା ଅନୁସାରେ, ମୃତ ଠିକା କର୍ମଚାରୀ ଦୀନବନ୍ଧୁ ମିଶ୍ର ପ୍ରଶାସନିକ ଭବନରେ କାର୍ଯ୍ୟ କରୁଥିଲେ । କୁଳପତି ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଯୋଗୁଁ ସେ ଆତ୍ମାହୁତି ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।